ଏଭଳି ଭୁଲ କଲେ କେବେ ବୁକ୍ କରିପାରିବେନି Uber, ଜୀବନସାରା ଲାଗିଯିବ ବ୍ୟାନ୍ । ଉବର ଜାରି କଲା ନୂଆ ଗାଇଡଲାଇନ୍

110

ଆଜିକାଲି ଉବର ଟେକ୍ସି ସେବା ବଡ ସହରର ଲାଇଫ୍ ଲାଇନ୍ ହୋଇସାରିଛି । କିନ୍ତୁ ଯଦି ଆପଣ ନିଜ ଉବର କ୍ୟାବ୍ ଡ୍ରାଇଭର ସହିତ ବଦମାସୀ କରିବେ, ତେବେ ଆପଣ କେବେ ବି ଏହି ସେବା ବ୍ୟବହାର କରିପାରିବେ ନାହିଁ । ଉବର ଏକ ନୂଆ କମ୍ୟୁନିଟି ଗାଇଡଲାଇନ୍ ଜାରି କରିଛି, ଯାହା ହିସାବରେ ଯଦି ଆପଣ ଡ୍ରାଇଭର କିମ୍ବା ସାଥିରେ ଯାତ୍ରା କରୁଥିବା ଅନ୍ୟ ଲୋକଙ୍କ ସହ ଖରାପ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ ବ୍ଲକ୍ କରିଦିଆଯିବ । ଏହାପରେ ଆପଣ କେବେ ବି ଉବର କ୍ୟାବର ବ୍ୟବହାର କରିପାରିବେ ନାହିଁ ।

ନୂଆ ଗାଇଡଲାଇନ୍ସ ମୁତାବକ, ଯେଉଁ ପ୍ରକାରର ଯାତ୍ରୀଙ୍କ ଅଭିଯୋଗ କ୍ରମେ ଡାଇଭର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଏ । ସେହିଭଳି ଡ୍ରାଇଭରର ଅଭିଯୋଗରେ ଯାତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯାତ୍ରା ସମୟରେ ଡ୍ରାଇଭର କିମ୍ବା ସହଯାତ୍ରୀଙ୍କୁ ଅପଶବ୍ଦ କହିବା କିମ୍ବା ମାରପିଟ୍ କରିବା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଡ୍ରାଇଭରଙ୍କ ଅଭିଯୋଗ ସହିତ ଯାତ୍ରୀଙ୍କୁ ଦିଆଯାଇଥିବା ରେଟିଙ୍ଗ ଉପରେ ମଧ୍ୟ ଦୃଷ୍ଟି ଦିଆଯିବ । କମ୍ୟୁନିଟି ଗାଇଡଲାଇନକୁ ବାରମ୍ବାର ଉଲ୍ଲଘଂନ କରୁଥିବା ଏବଂ ଦୀର୍ଘ ସମୟ ଧରି ଏଭରେଜ୍ ରେଟିଙ୍ଗରୁ କମରେ ରହୁଥିବା ଯାତ୍ରୀଙ୍କୁ ବ୍ଲକ୍ କରିଦିଆଯିବ । ଏଭଳି ଯାତ୍ରୀଙ୍କୁ କମ୍ପାନୀ ତରଫରୁ ଆଲର୍ଟ ମଧ୍ୟ ପଠାଯିବ । ଉବର ଡ୍ରାଇଭରଙ୍କ ପାଇଁ  ସୁରକ୍ଷିତ ବଟନ୍ ମଧ୍ୟ ଲଗାଇଛି ।