କରଣଙ୍କ ଦିଲ୍ ଏବେ ମୁସକିଲରେ ! ଦିୱାଲୀକୁ ରିଲିଜ୍ ହେବନି ଫିଲ୍ମ ‘ଏ ଦିଲ୍ ହୈ ମୁସକିଲ୍’

40

ନିର୍ମାତା ଓ ନିର୍ଦେଶକ କରଣ ଜୋହରଙ୍କ ଦିଲ୍ ଏବେ ମୁସକିଲରେ । କାରଣ ତାଙ୍କ ଅପକମିଙ୍ଗ୍ ଫିଲ୍ମ ‘ଏ ଦିଲ୍ ହୈ ମୁସକିଲ୍’ ଦିୱଲୀକୁ ରିଲିଜ୍ ହୋଇ ନପାରେ । ଉରୀ ହମଲା ପରେ ବଲିଉଡରେ ପାକିସ୍ତାନୀ ଆକ୍ଟର ମାନଙ୍କ ଉପରେ ବ୍ୟାନ୍ ଲାଗି ଥିବା ଯୋଗୁଁ ଫିଲ୍ମର ରିଲିଜରେ ବିଳମ୍ବ ହେଉଥିବା ଚର୍ଚ୍ଚା ହେଉଛି । କାରଣ ଫିଲ୍ମର ମେଲ୍ ଲିଡରେ ରଣବୀର କପୁରଙ୍କ ସହ ଅଛନ୍ତି ଫୱାଦ ଖାନ୍ ।

ଫିଲ୍ମରେ ଫୱାଦ ଅଭିନୟ କରିଥିବା ସିନ୍ ଗୁଡିକ ହଟାଇବା ପାଇଁ ଦାବି କରିଛି ଏମଏନଏସ୍ ପାର୍ଟି । ଆଉ ଯଦି ହଟା ନ ଯାଏ ତେବେ ଫିଲ୍ମକୁ ରିଲିଜ୍ କରାଇ ନଦେବା ପାଇଁ ଧମକ ମଧ୍ୟ ଦେଇଛି ଏମଏନଏସ୍ । ଯଦି ଫିଲ୍ମ ‘ଏ ଦିଲ୍ ହୈ ମୁସକିଲ୍’ ଦିୱାଲୀରେ ରିଲିଜ୍ ନହୁଏ ତେବେ କେବଳ ଅଜୟ ଦେବଗନଙ୍କ ଫିଲ୍ମ ‘ଶିବାୟ’ ଫ୍ଲୋରକୁ ଆସିବ ।

ଦେଖନ୍ତୁ ଏହି ରୋମାଂଟିକ୍ ଫିଲ୍ମର ଟ୍ରେଲର୍ :

ଏହା ସହ ଦେଖନ୍ତୁ : ରିଲିଜ୍ ହେଲା ଫିଲ୍ମ ‘ଶିବାୟ’ର ନୂଆ ଗୀତ : ପ୍ରଥମ ଥର କିସିଂ ସିନରେ ନଜର ଆସିଛନ୍ତି ଅଜୟ ଦେବଗନ୍