ବିଜେପି ଛାଡିଲେ ପୂର୍ବତନ ଅର୍ଥମନ୍ତ୍ରୀ ଯଶୋବନ୍ତ ସିହ୍ନା ! କହିଲେ, ସକ୍ରିୟ ରାଜନୀତିରୁ ନେଉଛି ସନ୍ୟାସ

20

କନକ ବ୍ୟୁରୋ : ବିଜେପି ଛାଡ଼ିେଲେ ଯଶୱନ୍ତ ସିହ୍ନା । ଏହାସହ ସେ ସକ୍ରିୟ ରାଜନୀତିରୁ ସନ୍ୟାସ ନେଉଛନ୍ତି ବୋଲି ସିହ୍ନା କହିଛନ୍ତି । ପାଟନାରେ ସିହ୍ନା ବିଜେପି ଛାଡ଼ିବା ବିଷୟରେ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମରେ କଂଗ୍ରେସ ନେତା ରେଣୁକା ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ । ସିହ୍ନା ଲଗାତର ଭାବେ କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ୍ କରି ଆସିଛନ୍ତି । ଜାନୁୟାରୀ ୩୦ରେ ସେ ରାଷ୍ଟ୍ରମଂଚ ନାମରେ ଏକ ସଂଗଠନ ଗଢ଼ିଥିଲେ । କେନ୍ଦ୍ର ସରକାରର ଜନତା ବିରୋଧୀ ଆଇନ ଓ କାର୍ଯ୍ୟକ୍ରମ ସାମ୍ନାକୁ ଆଣିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି ସିହ୍ନା କହିଥିଲେ । ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଯଶୱନ୍ତ ଅର୍ଥମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିଲେ । ଏବେ ମୋଦି କ୍ୟାବିନେଟରେ ଯଶୱନ୍ତଙ୍କ ପୁଅ ମଧ୍ୟ ମନ୍ତ୍ରୀ ଅଛନ୍ତି ।

ସୂଚନା ଅନୁସାରେ ଲମ୍ବା ସମୟ ଧରି ବିଜେପି ଉପରେ ନାରାଜ ଥିଲେ ୟଶୋବନ୍ତ ସିଂହ୍ନା । ସେ ଆଜି କହିଛନ୍ତି ଯାହା ହେଉଛି, ତା ବିରୋଧରେ ଆମେ ଛିନା ନେହଲେ ଆଗାମୀ ପିଢ଼ୀ ଆମକୁ କ୍ଷମା କିରିବେ ନାହିଁ । ୟଶୋବନ୍ତ ସିଂହ୍ନା ବିଗତ ଦିନରେ ବିମୁଦ୍ରାକରଣ ଓ ଜିଏସଟି ଲାଗୁ କରିବା ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ ।