ପୂର୍ବତନ ବିଧାୟକଙ୍କଠାରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କା । ଥାନାରେ ଅଭିଯୋଗ, ଲୁଟ ସମ୍ପର୍କରେ ଚାଲିଛି ତଦନ୍ତ

ନବରଙ୍ଗପୁରର ପୂର୍ବତନ ବିଧାୟକ ସଦନ ନାୟକଙ୍କ ଠାରୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

98

କନକ ବ୍ୟୁରୋ : ନବରଙ୍ଗପୁରର ପୂର୍ବତନ ବିଧାୟକ ସଦନ ନାୟକଙ୍କ ଠାରୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ପ୍ରାୟ ୨ଲକ୍ଷ ୫୫ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ସଦନ ନବରଙ୍ଗପୁର ସହର ହିର୍ଲି ନିକଟସ୍ଥ ନିଜ ପେଟ୍ରୋଲ ପମ୍ପରୁ ଟଙ୍କା ନେଇ କାର ଯୋଗେ ସହର ଅଭିମୁଖେ ଯାଉଥିବା ବେଳେ ଏହି ଲୁଟ ହୋଇଛି । ଦୁଇଜଣ ବାଇକ ଆରୋହୀ କାରର କାଚ ଅଧା ଖୋଲାଥିବା ବେଳେ ଟଙ୍କା ଝାମ୍ପି ନେଇଥିଲେ । ଏନେଇ ସଦନ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଏଯାଏଁ ଏହି ଘଟଣାରେ କେହି ଧରାପଡି ନାହାନ୍ତି କିମ୍ବା ଲୁଟ ଟଙ୍କା ଉଦ୍ଧାର ହୋଇନାହିଁ ।

 

ତେବେ କେଉଁ ପରିସ୍ଥିତିରେ ଏପରି ଲୁଟ ହେଲା ତାହାର କୌଣସିୁ ସୂଚନା ମିଳିନାହିଁ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଜଣେ ପୂର୍ବତନ ବିଧାୟକ ଏତେ ପରିମାଣରେ ଗାଡିରେ ଟଙ୍କା ନେଇ ଯାଉଥିଲେ ବୋଲି ଅନ୍ୟ କୌଣସି ବ୍ୟକ୍ତି ଏନେଇ କିପରି ଭାବରେ ସୂଚନା ପାଇଲେ ତାହାର ଜଣାପଡିନାହିଁ । ବିଧାୟକଙ୍କ ଗାଡିକୁ କୌଣସି ବ୍ୟକ୍ତି ଫଲୋ କରି ଏପରି କାଣ୍ଡ ଘଟାଇଥାଆନ୍ତି ବୋଲି କେହି କେହି କହୁଥିବା ଜଣାପଡିଛି ।