ଲଣ୍ଡନ ଅଣ୍ଡରଗ୍ରାଉଣ୍ଡ ଟ୍ରେନରେ ବିସ୍ଫୋରଣ ! ବିସ୍ଫୋରଣରେ କିଛି ଯାତ୍ରୀଙ୍କ ମୁହଁ ଜଳିଯାଇଥିବା ସୂଚନା

68

କନକ ବ୍ୟୁରୋ: ବିସ୍ଫୋରଣରେ ଥରିଲା ଲଣ୍ଡନ । ପାରସନ୍ସ ଗ୍ରୀନ ଅଣ୍ଡରଗ୍ରାଉଣ୍ଡ ଷ୍ଟେସନରେ ବିସ୍ଫୋରଣ ଫଳରେ ଅନେକ ଯାତ୍ରୀଙ୍କ ମୁହଁ ପୋଡିଯାଇଥିବା ବେଳେ କିଛି ଯାତ୍ରୀ ଆହତ ହୋଇଛନ୍ତି । ବିସ୍ଫୋରଣ ପରେ ଦଳାଚକାଟା ଫଳରେ ଅନେକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ବିସ୍ଫୋରଣ ପରେ ଆତଙ୍କବାଦୀଙ୍କ ହାତ ସନ୍ଦେହ କରି ଛାନଭିନ ଆରମ୍ଭ କରିଛି ପୁଲିସ । ମେଟ୍ରୋ ଟ୍ରେନ ଭିତରେ ଏକ ଅର୍ଦ୍ଧ ଦଗ୍ଧ ପ୍ଲାଷ୍ଟିକ ବାଲଟି ଉପରେ ସନ୍ଦେହ କେନ୍ଦ୍ରୀଭୂତ ହୋଇଛି ।

ଅନୁମାନ କରାଯାଉଛି ଏହାରି ଭିତରେ ବିସ୍ଫୋରକ ରଖି ଟ୍ରେନରେ ବିସ୍ଫୋରଣ କରାଯାଇଛି । ପୁରା ଅଂଚଳକୁ ସିଲ କରିବା ସହ ସୁରକ୍ଷା ଛାଉଣୀରେ ଭିତରେ ରଖାଯାଇଛି । ଲୋକଙ୍କ ଏଠାରୁ ଦୂରରେ ରହିବା ପାଇଁ ଅନୁରୋଧ କରାଯାଇଛି । ବିସ୍ଫୋରଣ ପରେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଥେରେସା ମେ ଜରୁରୀ କ୍ୟାବିନେଟ ବୈଠକ ଡକାଇଛନ୍ତି । ଗତ ୬ ମାସ ମଧ୍ୟରେ ଲଣ୍ଡନରେ ଏହା ପଂଚମ ଆତଙ୍କବାଦୀ ଆକ୍ରମଣ ।