କୁତ୍ସିତ ପରମ୍ପରା ବଳୟରେ ବିତୁଛି ଜୀବନ ! ଋତୁସ୍ରାବ ସମୟରେ ମହିଳାମାନଙ୍କୁ ନିଜ ଘରୁ ବାହାର କରିଦିଆଯାଏ 

79

ଋତୁୁସ୍ରାବକୁ ନେଇ ଆଜି ବି ଲୋକଙ୍କ ଚିନ୍ତାଧାରା ପରିବର୍ତ୍ତନ ହୋଇନି । ଋତୁସ୍ରାବ ସମୟରେ ତଳେ ଶୋଇବା, ମନ୍ଦିରକୁ ପ୍ରବେଶ ନିଶେଦ୍ଧ ଓ ଶ୍ୱଶୁର ଘର ଲୋଙ୍କୁ ଚାହିଁବା ମନା ଆଦି କୁପ୍ରଥାକୁ ମଥାନତ କରି ସହୁଛନ୍ତି ମହିଳା । ତେବେ ଏଥିରେ ଅନ୍ୟ ଲୋକମାନେ ଯେତିକି ଦାୟୀ ମହିଳାମାନେ ମଧ୍ୟ ସମପରିମାଣ ଦାୟୀ । କାଣ ନିଜ ହକ୍ ପାଇଁ ଲଢ଼ିବା ଦରକାର । ବତ୍ତର୍ମାନ ସମୟରେ ହକ୍ ପାଇଁ ନଲଢ଼ିଲେ କିମ୍ବା ସ୍ୱର ଉତ୍ତୋଳନ ନକଲେ କିଛି ବି ହାସଲ ହେବନାହିଁ । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏପରି ଅଂଚଳ ଅଛି ଯେଉଁଠି ଋତୁସ୍ରାବ ସମୟରେ ମହିଳାମାନଙ୍କୁ ଘରୁ ବାହାର କରିଦିଆଯାଏ । ନେପାଳର କିଛି ଅଂଚଳରେ ଋତୁସ୍ରାବ ସମୟରେ ନିଜ ଘରୁ ହିଁ ମହିଳାଙ୍କୁ ବାହାର କରିଦିଆଯାଏ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଋତୁସ୍ରାବ ସମୟରେ ମହିଳାମାନେ ଘରେ ରହିଲେ ଅଶୁଭ ହେବାର କିମ୍ବା ମୃତ୍ୟୁ ହୋଇପାରେ ବୋଲି ଆଶଙ୍କା କରାଯାଏ । ବିଗତ ସପ୍ତାହ ଆସିଥିବା ଏକ ରିପୋର୍ଟରୁ ଜଣାପଡ଼ଛି ୨୧ ବର୍ଷୀୟ ଜଣେ ମହିଳାଙ୍କୁ ଋତୁସ୍ରାବ ସମୟରେ ଘରୁ ବାହାର କରିଦିଆଯାଇଥିଲା । ଯାହାଦ୍ୱାରା ଘର ବାହାରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି ।

ଋତୁସ୍ରାବ ସମୟରେ ମହିଳାଙ୍କୁ ଘରୁ ବାହାରେ ଅର୍ଥ ବାହାରେ ମହିଳାଙ୍କୁ ଏକ କୁଡ଼ିଆରେ ରହିବା ପାଇଁ ପଡ଼େ । ବିବାହିତ ମହିଳାଙ୍କୁ ଋତୁସାବ ସମୟରେ ଏକ ଦିନ ପାଇଁ ବାହାରେ ରହିବା ପାଇଁ ପଡ଼େ । ଅନ୍ୟପଟେ ଅବିବାହିତ ମହିଳାମାନେ ପାଖାପାଖି ୧ ସପ୍ତାହ ପର୍ଯ୍ୟନ୍ତ ବାହାରେ କଟେଇବା ପାଇଁ ପଡ଼େ । ଏହି କୁପ୍ରଥା ପାଇଁ ନିକଟରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଯାଇଛି । ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁସାରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । କାରଣ ନିଜକୁ ଗରମ ରଖିବା ତଥା ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ ସେ ନିଅାଁ ଜଳାଇଥିଲେ । ନିଅାଁ ଯୋଗୁଁ ତାଙ୍କ ଛୋଟ କୁଡ଼ିଆରେ ଧୁଅାଁରେ ଭରିଗଲା ଓ ସେ ଅଣନିଶ୍ୱାସୀ ହୋଇ ମରିଗଲେ ।

ପଶ୍ଚିମ ନେପାଳରେ ଅଛମ ନାମକ ଏକ ଜିଲ୍ଲା ରହିଛି । ଯେଉଁଠି ଏବେ ବି ଏହି କୁପ୍ରଥା ଜୀବିତ ରହିଛି । ମହିଳାଙ୍କୁ ଋତୁୁସ୍ରବା ସମୟରେ ଘରୁ ବାହର କରିଦିଆଯାଏ । ଘର ବାହାରେ ଅସ୍ଥାୟୀ ରୂପରେ ସେମାନେ ରୁହନ୍ତି । ସେହି ସମୟରେ ନାଁ ସେମାନେ ଘରକୁ ଫେରିବାର ଅନୁମତି ଥାଏ ନାଁ ମନ୍ଦରକୁ ପ୍ରବେଶ କରିବାର ଅନୁମତି ଥାଏ । ଏହା ବ୍ୟତୀତ କୌଣସି ପୋଖରୀ କିମ୍ବା ସର୍ବସାଧାରଣ ସ୍ଥାନକୁ ମଧ୍ୟ ସେମାନଙ୍କ ଯିବା ଆସିବା ଉପରେ ବାସନ୍ଦ ଥାଏ । ଆଇନ ଅନୁସାରେ ଏହି ପ୍ରଥା ଉପରେ ବ୍ୟାନ ଲଗାଯାଇଛି ଓ ଏପରି କଲେ ଦଣ୍ଡବିଧାନ ମଧ୍ୟ ରହିଛି । ନିୟମ କାନୁନ୍ ସତ୍ୱେ ଚାଲିଛି ଏପରି କୁପ୍ରଥା । ଘରୁ ବାହାରେ ରହୁଥିବା ଯୋଗୁଁ ଅନେକ ଥର ମହିଳାମାନେ ରୋଗରେ ପଡ଼ିବାର ଆଶଙ୍କା ମଧ୍ୟ ଥାଏ । କାରଣ ଅସ୍ଥାୟୀ ସ୍ଥାନ ସଫାସୁତୁରା ନଥାଏ । ତେବେ ଏହି ପ୍ରଥା ଯୋଗୁଁ କୌଣସି ମହିଳାଙ୍କ ମୃତ୍ୟୁ ଖବର ପ୍ରଥମ ଥର ପାଇଁ ଆସିନାହିଁ । ଏପରି ଘଟଣା ପୂର୍ବରୁ ମଧ୍ୟ ହୋଇସାରିଛି ।