ଆପଣ ଅଧିକ ସମୟ ଇୟରଫୋନ୍ ବ୍ୟବହାର କରୁଛନ୍ତି କି ? ସମସ୍ୟାରେ ପଡିପାରନ୍ତି !

25

ଜ୍ଞାନ ଓ କୌଶଳ ବଢିବା ସହିତ ଲୋକଙ୍କର ଚାଲିଚଳଣିରେ ମଧ୍ୟ ପରିବର୍ତ୍ତନ ହେଉଛି । ଏହି ମଧ୍ୟରେ ମୋବାଇଲ ଫୋନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ମୋବାଇଲ୍ । କେବଳ କଥା ବାର୍ତ୍ତା ହେବାରେ ଏହାର ବ୍ୟବହାର ସୀମିତ ନାହିଁ ବରଂ ଗୀତ ଶୁଣିବା,ଭିଡିଓ ଦେଖିବା ଓ ଗେମ ଖେଳିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଏଥିରେ କରାଯାଉଛି । ଏହା ଏକ ନିତି ଦିନିଆ ଅଭ୍ୟାସରେ ପରିଣତ ହୋଇଛି । ବିଶେଷ କରି ଯୁବ ସମାଜ ଗୀତ ଶୁଣିବା ପାଇଁ ଇୟରଫୋନର ବହୁଳ ବ୍ୟବହାର କରୁଛନ୍ତି । କିନ୍ତୁ ଏହାର ଯେ କେତେ କୁପ୍ରଭାବ ରହିଛି ସେଥିପ୍ରତି କେହି ଧ୍ୟାନ ଦେଉନାହାଁନ୍ତି ।

କାନରେ କଷ୍ଟ- ଲଗାତାର ଭାବରେ ଇୟରଫୋନ ବ୍ୟବହାର କଲେ କାନ ବିନ୍ଧିବା ଭଳି ସମସ୍ୟା ଦେଖାଯାଏ । ଯଦି ସମୟ ପୂର୍ବରୁ ଏଥିପ୍ରତି ଯତ୍ନ ନିଆ ନଯାଏ ତେବେ ଭବିଷ୍ୟତରେ ଏହା ଗମ୍ଭୀର ସମସ୍ୟା ସୃଷ୍ଟି କରିଥାଏ ।

କାଲ ହୋଇଯିବା – କାନ କେବଳ ୬୫ ଡେସିବେଲ ପର୍ଯ୍ୟନ୍ତ ଶବ୍ଦକୁ ସହିପାରେ । ଏହା ଠାରୁ ଅଧିକ ହେଲେ ବିପଦ ସୃଷ୍ଟି ହୋଇଥାଏ । ଯଦି ଏଜ୍ଞାତାର ଭାବରେ ୧୦ ଘଂଟା ଇୟରଫୋନ ବ୍ୟବହାର କରାଯାଏ,ତେବେ କାଲା ହେବାର ସମ୍ଭାବନା ରହିଛି ।
ନିଦ କମ ହେବା- ନିଦ ନ ଆସିବା,ମାନସିକ ଚିନ୍ତା,ଲଗାତା ମୁଣ୍ଡ ବିନ୍ଧା ଆଦି ଲଗାତାର ଇୟରଫୋନ ବ୍ୟବହାର କଲେ ହୋଇଥାଏ । ତେଣୂ ଏଥିରୁ ଦୂରେଇ ରହିବା ଉଚିତ ।

କାନରେ ମଇଳା- ୧୦ ମିନିଟ ପର୍ଯ୍ୟନ୍ତ ଇୟରଫୋନ ବ୍ୟବହାର କରିବା ଦ୍ୱାରା କାନ ମଧ୍ୟର କୋଷିକା ମରିଯାଏ । ଯାହା ଦ୍ୱାରା ବ୍ୟାକ୍ଟେରିଆ ଖୁବ ମାତ୍ରାରେ ବଢିଥାଏ ଓ କାନରେ ମଇଳା ଜମିଯାଏ । ତେଣୁ ୧୦ରୁ ୧୫ ମିନିଟ ଗୀତ ଶୁଣିବା ପରେ କାନକୁ ସଫା କରିବା ଉଚିତ ।

ମସ୍ତିଷ୍କ ସମସ୍ୟା- ଇୟରଫୋନ ବ୍ୟବହାର କଲେ ମସ୍ତିଷ୍କ ସମସ୍ୟା ଦେଖାଯାଏ । କିଛି ଲୋକଙ୍କୁ ରାତିରେ ଗୀତ ଶୁଣିବା ଭଳି ଶବ୍ଦ ହୋଇଥାଏ । ଏହା ଦ୍ୱାରା କୁପ୍ରଭାବ ପଡ଼ିଥାଏ ।

ଦୁର୍ଘଟଣା- ଗାଡ଼ି ଚଳାଇବା ସମୟରେ ଏହାକୁ ବ୍ୟବହାର କଲେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଥାଏ । ତେଣୁ ଏସବୁରୁ ନିବୃତ୍ତତ୍ତ ରହିବା ଉଚିତ ।

( ସୌଜନ୍ୟ- ପଂଜାବ କେଶରୀ)