ଏଟିଏମରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ନିଛାଟିଆ ସ୍ଥାନରୁ ଉଠାଇନେଇ ଦୁଷ୍କର୍ମ ପରେ ଗୁରୁତର ଅବସ୍ଥାରେ ଫିଙ୍ଗିଦେଲେ ଦୁର୍ବୃତ୍ତ

୨ ଜଣଙ୍କୁ ଅଟକ ରଖି ପୁଲିସର ପଚରାଉଚରା

352

କନକ ବ୍ୟୁରୋ: କଟକରେ ଚାଂଚଲ୍ୟ । ଏଟିଏମ ଭିତରେ ମହିଳାଙ୍କୁ ଗଣଦୁଷ୍କର୍ମ କରିଛନ୍ତି ଦୁର୍ବୃତ । କଟକ ମାଲଗୋଦାମ ଥାନା ଅଂଚଳରେ ଏଭଳି ଘଟଣା ଘଟିଛି । ଏକ ନିଚ୍ଛାଟିଆ ସ୍ଥାନରୁ ଉଠାଇ ନେଇ ଏଟିଏମ ଭିତରେ କାଉଂଟର ଭିତରେ ବଳାକ୍ରାର କରିଛନ୍ତି ଦୁବୃତ । ପୀତିତାଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତି କରାଯାଇଛି । ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ପୀଡିତାଙ୍କୁ ଡାକ୍ତରୀମାଇନା ପାଇଁ ପଠାଯାଇଛି ।

ଖବର ଅନୁସାରେ, ଗତକାଲି ଯୋବ୍ରା ଆନିକଟ ନିକଟରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ପଡଥିବା ଦେଖିବାକୁ ପାଇଥିଲେ ଲୋକ । ଏ ନେଇ ପୋଲିସକୁ ଖବର ଦିଆଯାଇଥିଲା । ଆଉ ହୋସ ଆସିବା ପରେ ମହିଳା ଯେଉଁ କଥା କହିଥିଲେ ତାହା ସମସ୍ତଙ୍କ ହୋସ ଉଡାଇଦେଇଥିଲା । ମହିଳାଙ୍କ ବୟାନ ଅନୁସାରେ, ଦୁଇ ପୁରୁଷ ଜଣେ ତାଙ୍କୁ ଏକ ନିଚ୍ଛାଟିଆ ସ୍ଥାନରୁ ଉଠାଇନେଇ ଏଟିଏମ ଭିତରେ ଗଣଦଷ୍କର୍ମ କରିଥିଲେ । ମାରଣାସ୍ତ୍ର ଦେଖାଇ ଦୁଷ୍କର୍ମ କରିଥିଲେ । ପରେ ଏଟିଏମ କାଉଂଟରରୁ ନେଇଯାଇ ଯୋବ୍ରା ଆନିକଟ ପାଖରେ ଫିଙ୍ଗି ଦେଇଥିଲେ ।

ମହିଳାଙ୍କ ବୟାନ ଅନୁସାରେ, ରବିବାର ଦିନ ରାତିରେ ଦୁଇ ଜଣ ଯୁବକ ତାଙ୍କୁ ଏକ ନିଛାଟିଆ ସ୍ଥାନରୁ ଉଠାଇନେଇଥିଲେ । ଏହାପରେ ସେମାନେ ତାଙ୍କୁ  ମାଲଗୋଦାମ ଥାନା ଅଂଚଳରେ ଥିବା ଏକ ଏଟିଏମ ଭିତରକୁ ନେଇଯାଇଥିଲେ । ସେଠାରେ ସେମାନେ ଏଟିଏମ କାଉଂଟରର ସଂଟରକୁ ବନ୍ଦ କରି ଦେଇଥିଲେ ଏବଂ ପରେ ମାରଣାସ୍ତ୍ର ଦେଖାଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ପରେ ଏଟିଏମ କାଉଂଟରରୁ ନେଇଯାଇ ଯୋବ୍ରା ଆନିକଟ ପାଖରେ ଫିଙ୍ଗି ଦେଇଥିଲେ । ମହିଳାଙ୍କ ଚାଂଚଲ୍ୟକର ବୟାନ  ପାଇବା ପରେ ପୁଲିସ ତୁରନ୍ତ ଆଇପିସି ର ଧାରା ୩୭୬-ଡି ଆଧାରରେ ମାମଲା ରୁଜୁ କରିବା ସହ ଛାନଭିନ ଆରମ୍ଭ କରିଛି । ଏହି ଘଟଣାରେ ପୁଲିସ ଦୁଇ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ।  ଆଜି ମହିଳାଙ୍କ ଡାକ୍ତରୀ ମାଇନା କରାଯିବ ।