କଳାଟଙ୍କାରେ ସୁନାକିଣା ! ଅନ୍ଧାର ରାତିରେ ପୁଲିସ୍ ଓ ମିଡିଆକୁ ଆଡେଇ ଅନ୍ତର୍ଦ୍ଧାନ ହୋଇଗଲେ ମହିଳା

35

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବଜାରରୁ ପୁରୁଣା ୫୦୦ ଓ ୧୦୦୦ ଟଙ୍କା ନୋଟ୍ ପ୍ରତ୍ୟାହାର ହେବା ପରେ ଗତକାଲି ରାଜଧାନୀର ବାଣୀବିହାର ଛକ ସ୍ଥିତ ଏକ ପ୍ରତିଷ୍ଠିତ ଗହଣା ଦୋକାନ ଆଗରେ ଏକ ରହସ୍ୟମୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଖବର ଆସିଥିଲା , କଳାଟଙ୍କାକୁ ଧଳା କରିବା ପାଇଁ କିଛି ବ୍ୟକ୍ତି ୧୨ କୋଟି ଟଙ୍କାର ସୁନା କିଣିବାକୁ ଗହଣା ଦୋକାନ ଭିତରେ ପଶିଛନ୍ତି । ଏହି ଖବର ପାଇ ଗହଣା ଦୋକାନ ଆଗରେ ଗଣମାଧ୍ୟମ ପ୍ରତିନିଧିଙ୍କ ଭିଡ ଜମିଗଲା । ପୁଲିସ୍ ବି ପହଁଚିଗଲା ।

woman goldଠିକ୍ ଏହି ସମୟରେ ସଟର ଖୋଲିଲା ଓ ଜଣେ ବ୍ୟକ୍ତି ସୋ-ରୁମ୍ ଭିତରୁ ବାହାରିଲେ । କିନ୍ତୁ ଜଣାପଡ଼ିଲା ବୋଧହୁଏ ଭିତରେ ଆଉ କିଛି ଲୋକ ବଡ଼ ରକମର ସୁନା କିଣୁଛନ୍ତି । ଗଣମାଧ୍ୟମ ପ୍ରତିନିଧି ସେହିପରି ଅପେକ୍ଷା କରି ରହିଲେ । ପ୍ରାୟ ୨ ଘଂଟା ପରେ ରାତି ୧୦ଟା ୧୫ରେ ଗହଣା ଦୋକାନ ପଛ ପଟୁ ବାହାରିଲେ ଏହି ମହିଳା ଓ ଆଉ ଜଣେ ବ୍ୟକ୍ତି । ଗଣମାଧ୍ୟମ ପ୍ରତିନିଧିମାନେ ପିଛା କଲେ ।

ସେମାନେ ବି ବ୍ୟସ୍ତ ହୋଇ ପାଖରେ ଥିବା ଏକ ଘରୋଇ ହସ୍ପିଟାଲରେ ପଶିଗଲେ । ବେଶ୍ କିଛି ସମୟ ଧରି ସେମାନଙ୍କ ଗତିବିଧିକୁ ଲକ୍ଷ୍ୟ କରୁଥାନ୍ତି ଗଣମାଧ୍ୟମ ପ୍ରତିନିଧି । କିଛି ସମୟ ଗଡିଗଲା । ହସ୍ପିଟାଲରୁ ବାହାରି ସେମାନେ ଏକ ଅଟୋ ରିକ୍ସାରେ କୁଆଡେ ଚାଲିଗଲେ । ଆଉ ପୁରା ରହସ୍ୟ ସେହି ରହସ୍ୟରେ ହିଁ ରହିଗଲା ।

ଏବେ ବି ଚାଲିଛି ପୁରୁଣା ୫୦୦ ଓ ହଜାର ଟଙ୍କାରେ ସୁନାଗହଣା ବିକ୍ରି । ଏମିତିକି କିଛି ଦେକାନୀ ପୁରୁଣା ୫୦୦ ଟଙ୍କାରେ ଗହଣା ଦେଲେ ୧୦ ଗ୍ରାମରେ ୪ ହଜାର ଟଙ୍କା କାଟିଦେବେ ବୋଲି କହୁଛନ୍ତି । ୨ ଲକ୍ଷରୁ ଅଧିକ ଟଙ୍କାର ସୁନା କିଣିଲା ବେଳେ ପାନ୍ କାର୍ଡ ଦେବା ବାଧ୍ୟତାମୂଳକ । କିନ୍ତୁ ଅନେକ ଦୋକାନୀ ଏହା ଉପରେ ଗୁରୁତ୍ୱ ଦେଉନାହାନ୍ତି ।

ଏହା ସହ ଦେଖନ୍ତୁ ଅଚଳ ନୋଟ୍ ଅଚଳ ବଜାର ! ପଦକ୍ଷେପକୁ ସ୍ୱାଗତ କରି ନବୀନ ଉଠାଇଲେ ପ୍ରଶ୍ନ