ରାଜଗାଙ୍ଗପୁରରେ ମହିଳାଙ୍କୁ ଅଜଣା ଦୁର୍ବୃତ୍ତଙ୍କ ତୀର ମାଡ !ବୁର୍ଲାରେ ଅସ୍ତ୍ରୋପଚାର ପରେ ପେଟରୁ ବାହାର କରାଗଲା ତୀର

କିଏ, କାହିଁକି ମହିଳାଙ୍କୁ ଆକ୍ରମଣ କଲା କାରଣ ଅସ୍ପଷ୍ଟ

133

କନକ ବ୍ୟୁରୋ : ମହିଳାଙ୍କ ପେଟରେ ପଶିଲା ତୀର । ଏଭଳି ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଥାନା ରାନଫିଆ ଗାଁରେ । ଗାଁର ସୁନୀତା ଖାଖା ବୁଧବାର ରାତିରେ ଘରୁ ବାହାରୁଥିବାବେଳେ ହଠାତ୍ ଏକ ତୀର ଆସି ତାଙ୍କ ପେଟରେ ପଶିଯାଇଥିଲା । ସେ ଯନ୍ତ୍ରଣାରେ ଚିତ୍କାର କରିଥିଲେ । ତୀର ଲାଖିଥିବା ଅବସ୍ଥାରେ ପ୍ରଥମେ ତାଙ୍କୁ ରାଜଗାଙ୍ଗପୁର ଓ ପରେ ରାଉରକେଲା ହସପିଟାଲରେ ଭର୍ତି କରାଯାଇଥିଲା । କିନ୍ତୁ ପେଟରୁ ତୀର କଢା ନଯାଇ ପାରିବାରୁ ବୁର୍ଲା ଅଣାଯାଇଥିଲା । ବୁର୍ଲାର ଭିମସାରରେ ଏକ ଡାକ୍ତରୀ ଦଳ ସୁନୀତାଙ୍କ ଅପରେସନ କରଥିଲେ ।

ଅପରେସନ କରି ଶର କଢାଯିବା ପରେ ତାଙ୍କୁ ଶଲ୍ୟ ବିଭାଗରେ ରଖାଯାଇଛି । ଡାକ୍ତରଙ୍କ କହିବା ଅନୁସାରେ ଅପରେସନ ବହୁତ ଛ୍ୟାଲେଞ୍ଚିଂ ରହିଥିଲା । ପାକସ୍ଥଳୀର କିଛି ଆଶ ଓ ବୃହଦନ୍ତ୍ରର କିଛି ଅଂଶ ତୀର ବାଜି ଛିଣ୍ଡିଯାଇଥିଲା । ସୁନୀତା ଏବେ ସୁସ୍ଥ ଅଛନ୍ତି । ଗତକାଲି ଅପେକ୍ଷା ଆଜି ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି । ଏବେ ବି ବିପଦମୁକ୍ତ ଅଛନ୍ତି । ପୋଲିସ ଛାନଭିନ ଆରମ୍ଭ କରିଛି ।