ଯୁବକ ଆଣିଲେ ଦୁଷ୍କର୍ମ ଅଭିଯୋଗ ! ମହିଳାଙ୍କୁ କୋର୍ଟ ଚାଲାଣ

49

ଦୁଷ୍କର୍ମ ବା ଯୌନ ନିର୍ଯାତନା ଘଟଣା ଶୁଣିଲେ ପୀଡିତା ଭାବରେ ଆଖି ସାମ୍ନାକୁ ଚାଲି ଆସେ ଜଣେ ଯୁବତୀଙ୍କ ଚେହେରା । ଆଉ ଅଭିଯୁକ୍ତ କହିଲେ ନିଶ୍ଚିତ ଭାବରେ ଜଣେ ପୁରୁଷ । କିନ୍ତୁ ଏବେ ଏମିତି ଏକ ଅଭିଯୋଗ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । କାରଣ ଏଥିରେ ମହିଳା ଜଣକ ପୀଡିତା ନୁହେଁ ବରଂ ସାଜିଛନ୍ତି ଅଭିଯୁକ୍ତା । ଯିଏ କି ଜଣେ ଯୁବକଙ୍କୁ ଥରେ ନୁହେଁ ଦୁଇ ଦୁଇ ଥର ବଳାତ୍କାର କରି ଗିରଫ ହୋଇଛନ୍ତି ।

ଘଟଣାଟି ଘଟିଛି ବ୍ରିଟିଶରେ । ଅଭିଯୋଗ ଅନୁସାରେ, କାଟି ବ୍ରାନନ୍ ନାମକ ଜଣେ ମହିଳା ଅତ୍ୟଧିକ ମଦ ନିଶାରେ ପୀଡିତ ଯୁବକଙ୍କୁ ଆକ୍ରମଣ କରିଥିଲେ । ଏହାସହ ତାଙ୍କ ହାତ ଓ ଗୋଡ ବାନ୍ଧି ଦୁଷ୍କର୍ମ କରିବା ସହ ଚୁପ୍ ରହିବାକୁ ଧମକ ମଧ୍ୟ ଦେଇଥିଲେ । ଯୁବକଙ୍କ ଅଭିଯୋଗ ଆଧାରରେ ପୁଲିସ୍ କାଟିଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ତେବେ କୋର୍ଟ କାଟିଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି ।

ଏହା ସହ ଦେଖନ୍ତୁ ଆଇନ୍ ଅନୁଯାୟୀ ସେକ୍ସ ! ନିୟମ ନମାନିଲେ ବିଭିନ୍ନ ଦେଶରେ ମିଳେ ଭିନ୍ନ ଭିନ୍ନ ଦଣ୍ଡ