ଆଫ୍ରିକାର ଆଶ୍ଚର୍ଯ୍ୟ ! ଯେଉଁଠି ସ୍ୱାମୀର ସମ୍ମତିରେ ସ୍ତ୍ରୀ ଶୁଏ ଅନ୍ୟ ପୁରଷ ପାଖରେ

60

ୱାଇଫ୍ ସ୍ୱାପିଂ ବା ପତ୍ନି ଅଦଳବଦଳ । ଯାହାକୁ ଆମେ କୁତ୍ସିତ ଚିନ୍ତାଧାରା ବୋଲି କହୁ ତାହା କିନ୍ତୁ ଆଫ୍ରିକାରେ ପ୍ରଚଳିତ ଏକ  ପରମ୍ପରା । ଏକ ଅଜବ ପରମ୍ପରା ଯେଉଁଠି ଯେଉଁଠି ବନ୍ଧୁ କିମ୍ବା ଅତିଥିଙ୍କୁ ଅପ୍ୟାୟିତ କରିବା ପାଇଁ ମହିଳା ମାନଙ୍କୁ ସେମାନଙ୍କ ସହ ରାତି ବିତାଇବା ପାଇଁ ପଡେ । ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ସ୍ୱାମୀମାନେ ହିଁ ସ୍ତ୍ରୀ ମାନଙ୍କୁ ଏପରି କରିବାକୁ କହିଥାନ୍ତି । ଆଉ ସ୍ତ୍ରୀ ମାନେ ମଧ୍ୟ ବିନା ଦ୍ୱିଧାରେ ଉକ୍ତ ବ୍ୟକ୍ତିଙ୍କ ସହ ରାତି କଟାଇଥାନ୍ତି । କେବଳ ସେତିକି ନୁହେଁ ସ୍ୱାମୀ ନିଜ ସ୍ତ୍ରୀକୁ ଅତିଥିଙ୍କୁ ସମର୍ପି ଅନ୍ୟ ରୁମରେ ଶୁଅନ୍ତି ।

ଏଭଳି ଜନଜାତି ରୁହନ୍ତି ଆଫ୍ରିକାର ନାମ୍ବିଆରେ । ଆଉ ଏହି କୁତ୍ସିତ ପରମ୍ପରାର ନାଁ ହେଉଛି ‘ଓକୁଜେପିସା ଓମୁକାଜେଣ୍ଡୁ’ । ଯାହାର ଅର୍ଥ ହେଉଛି ଅତିଥିଙ୍କୁ ପତ୍ନି ଦାନ । ତେବେ ପ୍ରଥମେ ଏହି ପରମ୍ପରା ଗୋପନୀୟଭାବେ ଚାଲୁଥିଲା । କିନ୍ତୁ ଏବେ ଏହା ଖୋଲାଖୋଲି ଚାଲିଛି । ତେଣୁ ଏହାକୁ ଆଇନସିଦ୍ଧ କରିବା ପାଇଁ ବିଶିଷ୍ଟ ଆଇନ୍ ନିର୍ମାତା କାଜେଓଙ୍ଗେର୍ ଜେଉଣ୍ଡୋ ସ୍ୱର ମଧ୍ୟ ଉତ୍ତୋଳନ କରିଛନ୍ତି ।