ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ସ୍ୱାମୀ ! ମର୍ମାହତ ହୋଇ କୀଟନାଶକ ପିଇ ଆତ୍ମହତ୍ୟା କଲେ ସ୍ତ୍ରୀ

30

କନକ ବ୍ୟୁରୋ : ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ସ୍ୱାମୀ । ତେବେ ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଏତେ ଭାଙ୍ଗିପଡ଼ିଥିଲେ ଯେ ଆତ୍ମହତ୍ୟା ପଥକୁ ଆପଣାଇ ନେଲେ । ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ସ୍ତ୍ରୀ । ଏପରି ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ୍ ଘୁମର ପଂଚାୟତରେ ।

ଦୁର୍ଘଟଣାରେ ନିରଞ୍ଜନ ପାଙ୍ଗୀଙ୍କ ମୃତ୍ୟୁ ଖବର ପାଇବା ପରେ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି ପତ୍ନୀ ଅମ୍ବିକା ପାଙ୍ଗୀ । ବୋରିଗୁମା ଯାଉଥିବା ବେଳେ ନିରଞ୍ଜନଙ୍କ ବାଇକକୁ ଏକ କାର ଧକ୍କା ଦେବା ଫଳରେ ତାଙ୍କ ମୃତ୍ୟୁ ହୋଇଥିଲା । ଏହି ଖବର ପାଇବା ପରେ ଘର ଭିତରକୁ ଯାଇ କୀଟନାଶକ ପିଇ ଦେଇଥିଲେ ନିରଞ୍ଜନଙ୍କ ପତ୍ନୀ ଅମ୍ବିକା । ମୃତ ଦମ୍ପତିଙ୍କର ୫ ବର୍ଷର ପୁଅ ଟିଏ ଅଛି । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।