ଆପଣ ବ୍ୟବହାର କରୁଥିବା କିବୋର୍ଡ କିମ୍ବା କିପ୍ୟାଡରେ ଅକ୍ଷର ଗୁଡିକ କ୍ରମରେ ନଥାଏ ? ଜାଣନ୍ତି କି ଏହାର କାରଣ

67

କମ୍ପ୍ୟୁଟର ଓ ମୋବାଇଲରେ ଲେଖିବା ପାଇଁ ଆମେ କିବୋର୍ଡ କିମ୍ବା କିପ୍ୟାଡର ବ୍ୟବହାର କରିଥାଉ । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି କିବୋର୍ଡରେ ଦେଖାଯାଉଥିବା ସବୁ ଅକ୍ଷର କ୍ରମରେ କାହିଁକି ନଥାଏ । ତେବେ ଜାଣନ୍ତୁ କିବୋର୍ଡ ସହ ଯୋଡି ହୋଇଥିବା ଏହି ରୋଚକ ତଥ୍ୟ । କିବୋର୍ଡ ଓ କିପ୍ୟାଡରେ ଆରମ୍ଭରେ ଥିବା ଅକ୍ଷର ଏ,ବି,ସି,ଡିରୁ ଆରମ୍ଭ ନହୋଇ କିଉ, ଡବ୍ଲ୍ୟୁ , ଆର, ୱାଇ ରୁ ଆରମ୍ଭ ହୋଇଥାଏ ।

ଏହାର କାରଣ କ୍ରିଷ୍ଟୋଫର ଶୋଲ୍ସ ସର୍ବପ୍ରଥମେ ୧୮୭୪ରେ ଆସିଥିବା ଟାଇପ ରାଇଟରରେ ଅକ୍ଷରର ବ୍ୟବହାର ଏହିପରି ଭାବେ ତିଆରି କରିଥିଲେ । ତେବେ ସେହି ସମୟରେ ଏହାକୁ ରେମିଙ୍ଗନ୧ ନାମରେ ଜଣାଯାଉଥିଲା । ଯେବେ ଶୋଲ୍ସ ଅକ୍ଷରର ପଦ୍ଧତି ଓ କ୍ରମର ବ୍ୟବହାର କରୁଥିଲେ ସେ ଅନୁଭବ କଲେ ଯେବେ ଏବିସିଡି ବଟନକୁ ସିଧା ରଖାଗଲେ ବଟନ ଜାମ ରହୁଥିଲା । ଏଥିଯୋଗୁଁ ଅକ୍ଷର ଗୁଡିକୁ ଶୀଘ୍ର ଲେଖିବାରେ କଷ୍ଟ ହେଉଥିଲା ।

ସେହି ସମୟରେ ଟାଇପରାଇଟରେ ବ୍ୟାକସ୍ପେସର ବଟନ ନଥିଲା, ତେଣୁ ଏପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଏହି କାରଣ ଯୋଗୁ ହିଁ ଆପଣଙ୍କ କିବୋର୍ଡ କିଉ, ଡବ୍ଲ୍ୟୁ, ଆର, ଟି, ୱାଇ ଆଦି ଅକ୍ଷରର ବ୍ୟବହାର କରାଗଲû ଯେଉଁଥି ପାଇଁ ଟାଇପ କରିବାରେ ସୁବିଧା ହେବ । ସେବେ ଠାରୁ ହିଁ କିବୋର୍ଡରେ ଅକ୍ଷର ଗୁଡିକ ଏହିପରି ଭାବେ ସଜେଇ ହୋଇଛି ।