କାହାକୁ ମିଳିବ ୧୦ପ୍ରତିଶତ ସବର୍ଣ୍ଣ ସଂରକ୍ଷଣର ଲାଭ ? କ’ଣ ରହିଛି ମୋଦି ସରକାରଙ୍କ ସର୍ତ୍ତ ?

525

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ବଡ ଘୋଷଣା । ଗରିବ ସବର୍ଣ୍ଣଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟରୁ ମଂଜୁରୀ- ମିଳିଛି ।ଏହି କ୍ରମେ ଅର୍ଥନୈତିକ ଅନଗ୍ରସରଙ୍କୁ ମିଳିବ ସୁବିଧା । ଆର୍ଥିକ ସ୍ଥିତି ଦୁର୍ବଳ ଥିବା କେନ୍ଦ୍ର ସରକାରଙ୍କ ଉପରେ ସବର୍ଣ୍ଣ ଅସନ୍ତୋଷ ଜାହିର କରିଆସୁଛନ୍ତି । ଏହାକୁ ନଜରରେ ରଖି କେନ୍ଦ୍ର ସରକାର ଏହି ବଡ ନିଷ୍ପତି ନେଇଛନ୍ତି । ଏଥିସହ ସମ୍ବିଧାନ ସଂଶଧନ ପାଇଁ ମଧ୍ୟ ସରକାର ପଦକ୍ଷେପ ନେବେ । ଆସନ୍ତାକାଲି ମୋଦି ସରକାର ସମ୍ବିଧାନ ସଂଶଧନ ବିଲ ସଂସଦରେ ଆଣିପାରନ୍ତି ।

ତେବେ ମୋଦି ସରକାରଙ୍କ ଏହି ସଂରକ୍ଷଣରେ କିଛି କିଛି ସର୍ତ୍ତ ରହିଛି । ଯେଉଁମାନଙ୍କ ବାର୍ଷିକ ଆୟ ୮ ଲକ୍ଷରୁ କମ୍, ସେମାନଙ୍କ ପାଇଁ ଏହି ନୀତି ଲାଗୁ ହେବ । ୫ ଏକରରୁ କମ୍ ଜମିଥିଲେ ମଧ୍ୟ ଏହି ଲାଭ ଉଠାଇହେବ । ସୂତ୍ର ଅନୁସାରେ ଏନେଇ ଋଡଝ ବିଭାଗରେ ସ୍ପଷ୍ଟ କରାଯାଇଛି । ସବର୍ଣ୍ଣ ସଂରକ୍ଷଣର ଲାଭ କାହାକୁ ମିଳିବ , ଏହା ମଧ୍ୟ ନିର୍ଦ୍ଧାରିତ ହୋଇଯାଇଛି ।

କାହାକୁ ମିଳିବ ସବର୍ଣ୍ଣ ସଂରକ୍ଷଣ ?
– ଆଠ ଲକ୍ଷରୁ କମ୍ ଆୟ କରୁଥିବେ
– ୫ ଏକରରୁ କମ ଜମି ଥିବ
– ୧୦୦୦ରୁ କମ୍ ସ୍ୱାୟାରଫୁଟରେ ଥିବ ଘର
– ମହାନଗର ନିଗମର ଆବସିକ ଫ୍ଲାଟ ଥିଲେ ୧୦୯ ୟାର୍ଡ଼ରୁ କମ୍ ଜମି ରହିବା ଦରକାର
– ମହାନଗର ନିଗମ ବାହାରେ ଫ୍ଲାଟ୍ ଥିଲେ ୨୦୯ ୟାର୍ଡ଼ରୁ କମ୍ ଜମି ଥିବା ଦରକାର

ସୂଚନାଯୋଗ୍ୟ ଆର୍ଥିକ ଆଧାର ଉପରେ ସବର୍ଣ୍ଣ ସଂରକ୍ଷଣ ନୀତି ଲାଗୁ କରିଛନ୍ତି ମୋଦି ସରକାର । ଯାହାର ବର୍ତ୍ତମାନ ସମ୍ବିଧାନ ବ୍ୟବସ୍ଥା ନାହିଁ । ଏଥିପାଇଁ ସରକାର ସଂରକ୍ଷଣ ଲାଗୁ କରିବା ପାଇଁ ସମ୍ବିଧାନ ସଂଶୋଧନ କରିବା ପାଇଁ ପଡ଼ିବ । ସମ୍ବିଧାନର ୧୫ ଓ ୧୬ ଅନୁଚ୍ଛେଦରେ ପରିବର୍ତ୍ତନ କରାଯିବ ।