ବିଜେଡିର ଭବିଷ୍ୟତ ନେତା କିଏ ! ତାମିଲନାଡୁର ଦ୍ୱନ୍ଦ୍ୱ ଦେଖି ଓଡିଶାରେ ଉଠିଲା ନମ୍ବର ୨ର ପ୍ରଶ୍ନ

32

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଡିଶାର ନମ୍ବର ୱାନ୍ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ସର୍ବେସର୍ବା । ହେଲେ ବିଜେଡିର ନମ୍ବର ୨ କିଏ । ତାମିଲନାଡୁ ରାଜନୀତିର ଗୋଳିଆ ଚିତ୍ର ଦେଖିବା ପରେ ଏବେ ଏ ପ୍ରଶ୍ନ ଉଠିଛି ଓଡିଶାରେ । ଦଳୀୟ ନେତାଙ୍କ କହିବା କଥା ଆହୁରି ଦୁଇଚି ନିର୍ବାଚନ ପର୍ଯ୍ୟନ୍ତ ଏପ୍ରଶ୍ନର ଉତର ଖୋଜିବା ଆବଶ୍ୟକ ପଡିବନି । କିଛ ନେତା କହିଛନ୍ତି ଏ ପ୍ରଶ୍ନ ହାଇପୋଥେଟିକ୍ ।

ଜୟଲଳିତାଙ୍କ ଅକାଳ ବିୟୋଗ ପରେ ସାରା ଦେଶରେ ତାମିଲନାଡୁ ରାଜନୀତିକୁ ନେଇ ଚର୍ଚ୍ଚା । ରାତି ଅଧିଆ ଉତ୍ତରାଧିକାରୀର ମୁକୁଟ ପିନ୍ଧିଛନ୍ତି ବିଶ୍ୱସ୍ଥ ପନିରସେଲଭମ୍ । ଏହା ପୂର୍ବରୁ ସଂକଟ ସମୟରେ ଦୁଇ ଦୁଇ ଥର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ପନିରସେଲଭମ୍ । ସେପଟେ ଦଳର ମହାସଚିବ ପଦବୀରେ ବସିଛନ୍ତି ଶଶିକଳା । ତଥାପି ଦଳରେ ନମ୍ବର ୨ କୁ ନେଇ ଦ୍ୱନ୍ଦ ଦୂର ହୋଇନି । ହଠାତ୍ ତାମିଲନାଡୁର ପରିବର୍ତ୍ତିି ରାଜନୈତିକ ଦୃଶ୍ୟପଟ୍ଟ ଓଙ୍ଗିଶାବାସୀଙ୍କ ମନରେ ପ୍ରଶ୍ନ ଛିଡା କରିଛି । ସମସ୍ତେ ଜାଣିଛନ୍ତି ଅପ୍ରତିଦ୍ୱନ୍ଦୀ ବିଜେଡି ସରକାରରେ ନମ୍ବର ୱାନ୍ ନବୀନ୍ ପଟ୍ଟନାୟକ । ହେଲେ ଦଳର ନମ୍ବର ୨ କିଏ ?

କମ୍ କଥା କହି ଅଧିକ ସଫଳତା ପାଇଛନ୍ତି ନବୀନ୍ । ହେଲେ ଅଭିଯୋଗ ହୁଏ, ନିଜ ଦଳୀୟ ନେତାଙ୍କ ସହ ମଧ୍ୟ ଖୁବ୍ କମ୍ କଥା ହୁଅନ୍ତି ସୁପ୍ରିମୋ । କୁହାଯାଏ ପ୍ୟାରୀଙ୍କ ପରେ ନବୀନଙ୍କ ଘନିଷ୍ଠ ତାଲିକାରେ କୌଣସି ନେତାଙ୍କ ନାଁ ଯୋଡି ହୋଇନାହିଁ । ତେଣୁ ନମ୍ବର ୨ ର ଚର୍ଚ୍ଚା ଠାରୁ ଦଳୀୟ ନେତା ମଧ୍ୟ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରୁଛନ୍ତି ।

ସେପଟେ କିଛି ମାସ ତଳେ ଏକ କାର୍ଯ୍ୟକ୍ରମରେ ଖୋଦ୍ ନବୀନ୍ ଏ ପ୍ରଶ୍ନକୁ ସାମ୍ନା କରିଥିଲେ । ହେଲେ ଉତ୍ତର ଥିଲା ଜନତା ବାଛିବେ ଉତ୍ତରାଧିକାରୀ ।