ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କୁ କିଏ ପିଆଇଥିଲେ ପାଣି ? ଗୁଜୁରାଟ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କୁ ପଚରାହେଲା କିଛି ଏଭଳି ପ୍ରଶ୍ନ ।

26

ଗୁଜୁରାଟରେ ହୋଇଥିବା ଏକ ପ୍ରତିଯୋଗୀ ପରୀକ୍ଷାରେ ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କ ସହ ଯୋଡି ହୋଇଥିବା ଏକ ପ୍ରଶ୍ନ ପଚରାଯାଇଥିଲା । ତେବେ ଏହି ପରୀକ୍ଷା ଗାନ୍ଧିନଗର ମ୍ୟୁନିସିପାଲଟି କର୍ପୋରେସନରେ କ୍ଲରିକାଲ୍ ପଦ ପାଇଁ ହୋଇଥିଲା । ଏହି ପରୀକ୍ଷା ରବିବାର ଦିନ ହୋଇଥିଲା । ପରୀକ୍ଷାରେ ପଚରାଯାଇଥିବା ଏହି ପ୍ରଶ୍ନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପଟେଲ ସମୁଦାୟର ୨୫ ବର୍ଷୀୟ ନେତା ହାର୍ଦ୍ଦିକ ପଟେଲଙ୍କ ଅନଶନ ଦୀର୍ଘ ୧୯ ଦିନ ଧରି ଚାଲିବା ପରେ ଗତ ବୁଧବାର ଶେଷ ହୋଇଥିଲା । ହାର୍ଦ୍ଦିକ ଗୁଜୁରାଟର ଚାଷୀମାନଙ୍କ ପାଇଁ ରୁଣ ଛାଡ କରିବା ଏବଂ ପଟେଲ୍ ସମ୍ପ୍ରଦାୟ ଲୋକମାନଙ୍କ ପାଇଁ ସଂରକ୍ଷଣ ନିମନ୍ତେ ଅନଶନ କରିଥିଲେ ।

ତେବେ ଗୁଜୁରାଟରେ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାରେ ପଚରାଯାଇଥିବା ପ୍ରଶ୍ନ ହାର୍ଦ୍ଦିକଙ୍କ ଅନଶନ ସହ ହିଁ ଯୋଡି ହୋଇ ରହିଛି । ତେବେ ପ୍ରଶ୍ନଟି ଥିଲା କିଛି ଏପରି । ନିକଟରେ ଅନ୍ନଶନରେ ବସିଥିବା ହାର୍ଦ୍ଦିକ ପଟେଲଙ୍କୁ କେଉଁ ନେତା ପାଣି ପିଆଇଥିଲେ । ଆଉ ଏହି ପ୍ରଶ୍ନର ଉତ୍ତର ପାଇଁ ପରୀକ୍ଷାର୍ଥୀଙ୍କୁ ଚାରୋଟି ଅପସନ୍ ମଧ୍ୟ ଦିଆଯାଇଥିଲା । ଅପସନ୍ ଗୁଡିକ ଥିଲା, ଶରଦ ଯାଦବ, ଶତୃଘ୍ନ ସିହ୍ନା, ଲାଲୁ ପ୍ରସାଦ ଏବଂ ବିଜୟ ରୂପାଣୀ । ତେବେ ଏହି ପ୍ରଶ୍ନର ସଠିକ ଉତ୍ତର ହେଉଛି ଶରଦ ଯାଦବ । ଦୀର୍ଘ ୧୯ ଦିନ ଧରି ଅନଶନରେ ବସିଥିବା ହାର୍ଦ୍ଦିକ ପଟେଲଙ୍କୁ ଶରଦ ଯାଦବ ପାଣି ପିଆଇଥିଲେ ।