ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ନେଇପାରେ ବାତ୍ୟାର ରୂପ : ୧୧ ରୁ ୧୩ ଯାଏଁ ବର୍ଷା ସମ୍ଭାବନା

39

କନକ ବ୍ୟୁରୋ : ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହେବାରେ ଲାଗିଛି । ଏହା ଗୋପାଳପୁର ଠାରୁ ଦକ୍ଷିଣ, ଦକ୍ଷିଣ-ପୂର୍ବ ଦିଗରେ ପ୍ରାୟ ୧୨୧୦ କିଲୋମିଟର ଦୂରରେ ରହିଥିବା ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆକଳନ ଅନୁସାରେ ଆଗାମୀ ୨୪ ଘଂଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଡିପ୍ ଡିପ୍ରେସନର ରୂପ ନେବ । ଆନ୍ଧ୍ରପ୍ରଦେଶର ସ୍ଥଳ ଭାଗକୁ ଛୁଇବାର ସମ୍ବାବନା ରହିଛି । ଏବଂ ପରବର୍ତୀ ୨୪ ଘଂଟାରେ ଏହା ବାତ୍ୟାର ରୂପ ନେବାର ସମ୍ବାବନା ରହିଛି ବୋଲି ପୂର୍ବାନୁମାନ କରିଛନ୍ତି ଆଂଚଳିକ ପାଣିପାଗ ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ । ଏହାର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡିଶାରେ ୧୧ ରୁ ୧୩ ତାରିଖ ମଧ୍ୟରେ ବର୍ଷା ହେବା ଅନୁମାନ କରାଯାଉଛି ।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଗକୁ ବାତ୍ୟାର ରୂପ ନେବାର ଯଥେଷ୍ଟ ସମ୍ଭାବନା ରହିଛି । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଇ ଦେଇଛନ୍ତି ରାଜ୍ୟ ସରକାର । ରାଜସ୍ୱ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ, ଆରଡିସି, କୃଷି ଓ ଖାଦ୍ୟ ଯୋଗାଣ ବିଭାଗକୁ ଏନେଇ ଅବଗତ କରିବା ସହ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲଘୁଚାପ ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡିଶାରେ ୧୦ରୁ ୧୩ ତାରିଖ ମଧ୍ୟରେ, ମଧ୍ୟମ ଧରଣର ବର୍ଷା ହେବା ଅନୁମାନ କରାଯାଉଛି । ଏହାକୁ ଆଖିରେ ରଖି ଜିଲ୍ଲାପାଳମାନେ ଅମଳ ହୋଇଥିବା ଧାନକୁ ସୁରକ୍ଷିତ ରଖିବା ପାଇଁ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ମଣ୍ଡିରେ ଥିବା ଧାନର ସୁରକ୍ଷା ପ୍ରତି ମଧ୍ୟ ଗୁରୁତ୍ୱ ଦେବାକୁ ରାଜସ୍ୱ ବିଭାଗ କହିଛି । ସରକାର ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଥିବା ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ :