ଗ୍ରୀଷ୍ମରେ ସଂଗୀନ ହେଲାଣି ସ୍ଥିତି ! ରାଜ୍ୟରେ ଅରେଂଜ ଆର୍ଲଟ ଜାରି କଲା ପାଣିପାଗ ବିଭାଗ

33

କନକ ବ୍ୟୁରୋ : ଡହଡହ ତାତିରେ ସିଝୁଛି ସାରା ରାଜ୍ୟ । ଉପକୂଳ ଓଡିଶା ସମେତ ସାରା ରାଜ୍ୟରେ ଅସହ୍ୟ ଗୁଳୁଗୁଳି ଜାରି ରହିଛି । ପଶ୍ଚିମ ଓଡିଶାରେ ଖରା ଅସହ୍ୟ ହୋଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆଗାମୀ ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ସୂର୍ଯ୍ୟଙ୍କ ପ୍ରକୋପରୁ ରାଜ୍ୟବାସୀଙ୍କୁ ତ୍ରାହି ମିଳିବ ନାହିଁ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ୪୮ ଘଂଟା ପର୍ଯ୍ୟନ୍ତ ଅରେଂଜ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।

ଗତ ୨୪ ଘଂଟା ଭିତରେ ବଲାଙ୍ଗିରରେ ସର୍ବାଧିକ ତାପମାତ୍ର ୪୬ ଦଶମିକ ୨ଡିଗ୍ରୀ ରେକର୍ଡ କରାଯାଇଛି । ଆଗକୁ ପାଦର ୪୭ ଡିଗ୍ରୀ ଡେଇଁବାର ଆଶଙ୍କା ରହିଛି । ତେବେ ପାରା ୪୭ ଡେଇଁଲେ ରାଜ୍ୟରେ ରେଡ ଆଲର୍ଟ ଜାରି କରାଯିବ ବୋଲି ସୂଚନା ଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର । ଅତି ଚରମ ସୋପାନ ଯାଇ ଖରା କ୍ଷତି କରିପାରିବ ନାହିଁ । କିନ୍ତୁ ମଧ୍ୟମ ଧରଣର ପ୍ରଭାବ ପକାଇବ । ଅର୍ଥାତ୍ ଖରାର ପ୍ରକୋପରେ କିଲିବିଲି ହୋଇଯିବ ଜନଜୀବନ ।