ଜଳସମ୍ପଦ ସଚିବଙ୍କ ସମ୍ବଲପୁର ଗସ୍ତ : ସହରରେ ବନ୍ୟା ନିୟନ୍ତ୍ରଣ ନେଇ କଲେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା

59

ସମ୍ବଲପୁର : ହୀରାକୁଦରେ ବଢୁଛି ଜଳସ୍ତର । ଆଜି ସୁଦ୍ଧା ମିଳିଥିବା ଖବର ଅନୁସାରେ ଜଳଭଣ୍ଡାରରେ ୬୦୨.୬୭ ଘନଫୁଟ ଜଳ ରହିଛି । ଜଳସ୍ତର ୬୧୦ ଘନଫୁଟ ହେବାପରେ ପ୍ରଥମ ବନ୍ୟାଜଳ ନିସ୍କାସନ କରାଯିବ ବୋଲି ଡ୍ୟାମ କର୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ଜଳସ୍ତର ଆଉ ୮ ଘନ ଫୁଟ ହେଲେ  ବନ୍ୟା ଜଳ ନିଷ୍କାସନ କରାଯିବ । ଏନେଇ ହୀରାକୁଦ ଡ୍ୟାମ୍ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଜଳ ସମ୍ପଦ ସଚିବ ପ୍ରଦୀପ ଜେନା । ଏହାସହ ସେ ଡ୍ୟାମର ସ୍ପିଲ ୱେ ମଧ୍ୟ ବୁଲି ଦେଖିଛନ୍ତି । କେବଳ ଏତିକି ନୁହେଁ ସମ୍ବଲପୁରରେ ବନ୍ୟା ନିୟନ୍ତ୍ରଣ ନେଇ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ସଚିବ । ଆଗକୁ ବନ୍ୟା ଆଶଙ୍କା ଥିବାରୁ କିଭଳି ଏହାର ପ୍ରତିକାର କରାଯାଇପାରିବ ସେନେଇ ଆଲୋଚନା କରାଯାଇଛି । ସହରରେ ଥିବା ପମ୍ପ ହାଉସ, ଡ୍ରେନେଜ ସିଷ୍ଟମର ଅନୁଧ୍ୟାନ କରାଯାଇଛି ।

ଦେଖନ୍ତୁ ଏହି ଭିଡିଓ –