ଭାରତ ଦେଶରେ ଲୋକମାନେ ଅଧିକ ଭଗବାନ ବିଶ୍ୱାସୀ ଏବଂ ଏନେଇ ସେମାନଙ୍କ ମନରେ ଭିନ୍ନ ଭିନ୍ନ ମାନ୍ୟତା ଥିବାର ମଧ୍ୟ ଆପଣ ଜାଣିଥିବେ । ଏଥିଯୋଗୁଁ ସେମାନେ ଅନେକ ଏପରି ପରମ୍ପରା ଉପରେ ମଧ୍ୟ ବିଶ୍ୱାସ ରଖନ୍ତି ଯାହର କୌଣସିି ସତ୍ୟତା ନଥାଏ । ରାଜସ୍ଥାନରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଏକ ଜଳାଶୟରେ ବୁଡ ପକାଇ ମାତ୍ର ୧୧ ଟଙ୍କା ଦାନ କଲେ ଆପଣଙ୍କୁ ପାପମୁକ୍ତ ହେବାର ପ୍ରମାଣପତ୍ର ମିଳିଯାଏ ।
Kanak News is now on WhatsApp
Join and get latest news updates delivered to you via WhatsApp
ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁସାରେ ରାଜସ୍ଥାନର ପ୍ରତାପଗଡ ଜିଲ୍ଲାରେ ଅଛି ଶ୍ରୀ ଗୌତମେଶ୍ୱର ମହାଦେବ ପାପମୋଚନ ମନ୍ଦିର । ଏହି ମନ୍ଦିରରେ ଅଛି ମନ୍ଦାକିନୀ କୁଣ୍ଡ । ଯେଉଁଠି ବୁଡ ପକାଇଲେ ଓ ଦାନ କଲେ ଏକ ପ୍ରମାଣପତ୍ର ମିଳିଥାଏ । ଯାହା ପ୍ରମାଣିତ କରିଥାଏ ଆପଣ ପାପମୁକ୍ତ ହୋଇଗଲେ । ଭାରତର ସ୍ୱାଧୀନତା ପରଠାରୁ ହିଁ ଚାଲିଛି ଏହି ପାପମୁକ୍ତ ପରମ୍ପରା ।
ସେବେଠାରୁ ଏହି ମନ୍ଦିରରେ ସେହି ଶ୍ରଦ୍ଦାଳୁ ମାନଙ୍କ ରେକର୍ଡ ଅଛି ଯେଉଁମାନେ ଜଳାଶୟରେ ବୁଡ ପକାଇ ଓ ଦାନ କରି ପାପମୁକ୍ତ ହେବାର ପ୍ରମାଣପତ୍ର ହାସଲ କରିଛନ୍ତି । ଏଠାରେ ପୂଜାରୀଙ୍କ ଏକ ଦଳ ପ୍ରତ୍ୟେକ ପ୍ରମାଣପତ୍ର ପାଇଁ ୧ ଟଙ୍କା ଶୁଳ୍କ ଆଦାୟ କରନ୍ତି, ଏବଂ ଦୋଷ ନିବାରଣ ବା ପାପମୁକ୍ତି ପାଇଁ ୧୦ ଟଙ୍କା ନିଆଯାଏ ।
ରିପୋର୍ଟ ଅନୁସାର ଗାଁରୁ ବାହର କରା ଯାଇଥିବା ଲୋକେ ଏହି ମନ୍ଦାକିନୀ କୁଣ୍ଡରେ ବୁଡ ପକାଇ ପାପମୁକ୍ତିର ପ୍ରମାଣପତ୍ର ହାସଲ କରିଥାଆନ୍ତି । ପ୍ରାଚୀନ କାଳର ଏହି ମନ୍ଦିର ଏବେ ଲୋକଙ୍କ ଆସ୍ଥାର କେନ୍ଦ୍ର ରୂପେ ପ୍ରସିଦ୍ଧ । ଲୋକକଥା ଅନୁସାରେ ଗୌତମ ଋଷି ଏକ ପଶୁକୁ ମାରିବା ମାମଲାରେ ଅଭିଶାପ ପାଇଥିଲେ । ସେ ଏହି ମନ୍ଦିରରେ ବୁଡ ପକାଇ ପାପମୁକ୍ତ ହୋଇଥିବା ଶୁଣାଯାଏ । ଏପରି ଲୋକକଥା ପରଠାରୁ ହିଁ ଏହି ପରମ୍ପରାର ଆରମ୍ଭ ହୋଇଥିଲା ।