ଚାଷଜମିରେ ବାକଯୁଦ୍ଧ : ଅଖିମୁଠିକୁ ହାଇଜାକ୍ କଲା ରାଜନୀତି

32

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଅକ୍ଷୟ ତୃତୀୟାର ଅଖିମୁଠି ଅନୁକୂଳକୁ ହାଇଜାକ୍ କରିନେଲା ରାଜନୀତି । ଚାଲିଲା ବାକଯୁଦ୍ଧ । କେତେବେଳେ ପିପିଲିରୁ କଟକରେ ଥିବା ଧର୍ମେନ୍ଦ୍ରଙ୍କୁ ଆଟାକ୍ ତ ଆଉ କେତେବେଳେ ବିଜେଡି ସାଂସଦ ଭର୍ତୃହରି ମହତାବଙ୍କ ଗୁଗଲି । ଆଉ ଧର୍ମେନ୍ଦ୍ର ବି ରଖୁଥାନ୍ତି ଜବାବ । ମହାରଥୀ ଅଭିଯୋଗ ଆଣିଲେ ଯେ, ପ୍ରଥମଥର ପାଇଁ ଓଡିଶାରେ ବିଜେପି କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଆଣି ଅଖିମୁଠି ଅନୁକୂଳ କରିବା ଆୟୋଜନ ପଛରେ ତେଲ ଟଙ୍କା ଲାଗିଛି । ସେପଟେ ଧର୍ମେନ୍ଦ୍ର କହିଲେ, ଏପର୍ବ କେବଳ ବିଜେଡିର ନୁହେଁ । କଟାକ୍ଷ କରି କହିଲେ, ଆଗକୁ ହୁଏତ ବିଜେଡି କହିପାରେ ରଥଯାତ୍ରା ବି ତାଙ୍କର ।