ପ୍ରଚାର ମୈଦାନରେ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ! କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ

26

କନକ ବ୍ୟୁରୋ : ନିର୍ବାଚନୀ ପ୍ରଚାର ମୈଦାନରେ ଉପାସନା ମହାପାତ୍ର । ବରିଷ୍ଠ କଂଗ୍ରେସ ନେତା ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ରଙ୍କୁ ଏବେ ନିର୍ବାଚନ ପ୍ରଚାରରେ ଦେଖିବାକୁ ମିଳିଛି । ପୁରୀ କୃଷ୍ଣପ୍ରସାଦ ବ୍ଲକରେ ଏକ ବିରାଟ ଶୋଭାଯାତ୍ରା ସହ ଉପାସନା କଂଗ୍ରେସ ପାଇଁ ପ୍ରଚାର କରିଛନ୍ତି ।

ପଂଚାୟତ ନିର୍ବାଚନରେ କଂଗ୍ରେସକୁ ବିପୁଳ ଭୋଟ ଦେଇ ଜିତେଇବାକୁ ଭୋଟରକୁ ନିବେଦନ କରିଛନ୍ତି । ବାପା ଲୁଲୁ ମହାପାତ୍ରଙ୍କ ମୃତ୍ୟୁ ପରେ ପ୍ରଥମ ଥର ପାଇଁ ଉପାସନାଙ୍କୁ ନିର୍ବାଚନ ମୈଦାନରେ ଦେଖିବାକୁ ମିଳିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ :