ଦିଲ୍ଲୀ ତାଜ୍ ଏନକ୍ଲେଭ ଦରବାରରେ ଚାଲିଛି ବିରୁଷ୍କାଙ୍କ ଗ୍ରାଣ୍ଡ ରିସେପ୍ସନ ! ଦେଶୀ ଲୁକରେ ନଜର ଆସିଲେ ବିରାଟ-ଅନୁଷ୍କା

29

ଦିଲ୍ଲୀରେ ଚାଲିଛି ବିରୁଷ୍କାଙ୍କ ଗ୍ରାଣ୍ଡ ରିସେପ୍ସନ । ତାଜ ଡିପ୍ଲୋମାଟିକ ଏନକ୍ଲେଭର ଦରବାର ହଲରେ ରାତି ୮ଟା ୩୦ରୁ ଆରମ୍ଭ ହୋଇଛି ଏହି ରିସେସପସନ୍ ପାର୍ଟିା ବିବାହ ପରେ ବିରୁଷ୍କା ପ୍ରଥମଥର ପାଇଁ ମିଡିଆ ସାମନାକୁ ଆସଛନ୍ତିା ସମ୍ପୂର୍ଣ୍ଣ ଭାବେ ଭାରତୀୟ ଗେଟଅପରେ ନଜର ଆସିଛନ୍ତି ବିରାଟ କୋହଲି ଓ ଅନୁଷ୍କା ଶର୍ମା । ତେବେ ଏହି ଆଫଟର ପାର୍ଟିକୁ ବେଶ୍ ଜାକଜମକରେ ଆୟୋଜନ କରାଯାଇଛି ।

virat 2ଅନୁଷ୍କା ଲାଲ ବନାରସୀ ଶାଢୀରେ ନଜର ଆସିଥିବା ବେଳେ ବିରାଟ ବ୍ଲାକ୍ ନବାବି ସୁଟରେ ନଜର ଆସିଛନ୍ତିା ତେବେ ଏହି ପୋଷାକରେ ଦୁହେଁ ବେଶ ସୁନ୍ଦର ଲାଗୁଛନ୍ତି । ତା ଛଡା ଷ୍ଟେଜର ସାଜ୍ଜସଜ୍ଜା ମଧ୍ୟ ଆଖି ଝଲସିବା ଭଳି ହୋଇଛି । ପୂରା ଷ୍ଟେଜକୁ କାଚରେ ସଜାଯାଇଛି । ଏହି ରିସେପସନ ପାର୍ଟିରେ ରାଜନୀତି ତଥା କ୍ରିକେଟ ଜଗତର ନାମୀଦାମୀ ତାରକା ସାମିଲ ହେବେ । ଏହି ନବ ଦଂପତି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଖାକରି ରିସେପ୍ସନ ପାର୍ଟି ପାଇଁ ଆମନ୍ତ୍ରଣ କରିଥିଲୋ ଏପରିିକି ମୋଦିଙ୍କୁ ମଧ୍ୟ ବିରାଟଙ୍କ ରିସେପସନ ପାର୍ଟିରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି ।

ଇଟାଲୀରେ ବିବାହ ଏବଂ ୟୁରୋପରେ ହନିମୁନ ପରେ ଏହି ନବ ବିବାହିତ ଦମ୍ପତି ଦିଲ୍ଲୀ ଫେରଥିଲୋ ତେବେ ଆଗାମୀ ଡିସେମ୍ବର ୨୬ ତାରିଖରେ ମୁମ୍ବାଇରେ ଆଉ ଏକ ରିସୋପ୍ସନ ପାର୍ଟି ରଖିଛନ୍ତି ବିରାଟ ଓ ଅନୁଷ୍କା ।ଏହି ପାର୍ଟିରେ ଭାରତୀୟ କ୍ରିକେଟ ଟିମର ସମସ୍ତ ସଦସ୍ୟ ସାମିଲ ହେବେ । ଆଉ ଡିସେମ୍ବର ୨୭ ତାରିଖରେ ପୂରା ଟିମ୍ ସହ ଦକ୍ଷିଣ ଆଫ୍ରିକା ଅଭିମୁଖେ ବାହାରିବେ ବିରାଟ ।