ବିରାଟ କୋହଲିଙ୍କ ଗଳାରେ ଆଘାତ ! ଖେଳିପାରିବେନି କାଉଣ୍ଟିଂ ମ୍ୟାଚ

27

ଇଂଲଣ୍ଡ ଗସ୍ତ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ଜବରଦସ୍ତ ଝଟକା । ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଆହତ ହେବା କାରଣରୁ ଡାକ୍ତର ତାଙ୍କୁ ଆରାମ କରିବାକୁ ପରାମର୍ଶ ଦେଇଛନ୍ତି । କୋହଲି ନେକ ବା ଗଳାରେ ଆଘାତ କାରଣରୁ ଆଗାମୀ ମାସରେ ହେବାକୁ ଥିବର ଇଂଲଣ୍ଡର କାଉଣ୍ଟିଂ ମ୍ୟାଚରେ ଖେଳିବାରୁ ବଞ୍ଚିତ ହେବେ । ବିସିସିଆଇ ଡାକ୍ତରଙ୍କ ପରାମର୍ଶକ୍ରମେ ବୋର୍ଡ଼ କୋହଲିଙ୍କୁ ବିଶ୍ରାମ ନେବାକୁ କହିଛି । ଜୁନ ୧୫ରେ ପୁର୍ନବାର କୋହଲିଙ୍କ ଫିଟନେସ ଟେଷ୍ଟ ନିଆଯିବ । ଏନେଇ ବିସିସିଆଇ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛି ।

ସୂଚନା ଅନୁଯାୟୀ, ଆଇପିଏଲରେ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ବିରାଟ କୋହଲିଙ୍କ ଗଳାରେ ଆଘାତ ଲାଗିଥିଲା । ଯାଞ୍ଚ ପରେ ଡାକ୍ତର ତାଙ୍କୁ କିଛି ସପ୍ତାହ ବିଶ୍ରାମ କରିବାକୁ ପରାମର୍ଶ ଦେଇଛନ୍ତି । ଆଉ ଏହାକୁ ଦୃଷ୍ଟିରେ ରଖି ବିସିସିଆଇର ମେଡ଼ିକାଲ ଟିମ କୋହଲିଙ୍କ କାଉଣ୍ଟିଂ ନ ଖେଳିବା ଉପରେ ମୋହର ମାରିଥିଲେ । ଦୁନିଆର ସୁବୁଠୁ ଫିଟ୍ କ୍ରିକେଟର କୁହାଯାଉଥିବା କୋହଲି ଆଇପିଏଲ ଆଇପିଏଲ ପରେ କାଉଣ୍ଟିଂ ଖେଳିବା ପାଇଁ ଇଂଲଣ୍ଡ ଗସ୍ତ କରିଥାନ୍ତେ । ୧ ଅଗଷ୍ଟରୁ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ସିରିଜ ପୂର୍ବରୁ ସେଠାକାର ପରିବେଶ ସହ ଖାପ ଖୁଆଇବା ପାଇଁ ବିରାଟ କୋହଲି କାଉଣ୍ଟିଂ ଖେଳିବାକୁ ନିଷ୍ପତି ନେଇଥିଲେ ।

ଇଂଲଣ୍ଡ ବିପକ୍ଷ ସିରିଜରେ ଭଲ ପ୍ରଦର୍ଶନ ପାଇଁ ବିରାଟ କୋହଲି ଜୁନ ମାସରେ ସରେ ଟିମ ପକ୍ଷରୁ କାଉଣ୍ଟି ଖେଳିଥାନ୍ତେ । କାରଣ ପୂର୍ବରୁ ଇଂଲଣ୍ଡ ଗସ୍ତରେ ସେତେଟୋ ସଫଳ ହୋଇପାରି ନାହାନ୍ତି ବିରାଟ । ମାତ୍ର ୧୦ଟି ଇନିଂସରୁ ୧୩୪ ରନ କରିବାକୁ ସକ୍ଷମ ହୋଇଛନ୍ତି କୋହଲି । ତେଣୁ ଏହାକୁ ଦୃଷ୍ଟିରେ ରଖି ବିରାଟ ଏଭଳି ନିଷ୍ପତି ନେଇଥିଲେ । ଖାସ ସେଥିପାଇଁ ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ସିରିଜରୁ ଦୂରେଇ ରହିଥିଲେ ବିରାଟ । କିନ୍ତୁ ଗଳାରେ ଆଘାତ କାରଣରୁ ଏବେ ବିରାଟଙ୍କ କାଉଣ୍ଟିଂ ଖେଳିବା ନେଇ ସସପେନ୍ସ ଦେଖାଦେଇଛି ।