ମୋଟର ଭେଇକିଲ ଆକ୍ଟରେ ହେଲା ସଂଶୋଧନ ! ଏଣିକି ସଡକ ଦୁର୍ଘଟଣାରେ ପୀଡିତଙ୍କୁ ମିଳିବ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ।

35

କେନ୍ଦ୍ର ସରକାର ମୋଟର ଭେଇକିଲ ଆକ୍ଟ, ୧୯୮୮ରେ ସଂଶୋଧନ କରି ସଡକ ଦୁର୍ଘଟଣାରେ ପୀଡିତ ମାନଙ୍କୁ ଦିଆଯାଉଥିବା କ୍ଷତିପୂରଣ ରାଶିରେ ପରିବର୍ତ୍ତନ କରିଛନ୍ତି । ଏହି ସଂଶୋଧନ ଅନୁଯାୟୀ, ସଡକ ଦୁର୍ଘଟଣାରେ ମୃତ୍ୟୁ ହେଲେ ଥାର୍ଡ ପାର୍ଟି କ୍ଲେମରେ ୫ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବା ନେଇ ନିୟମ କପାଯାଇଛି ।

ଏହି ସଂଶୋଧନ ଅନୁଯାୟୀ, ପୀଡିତ ବ୍ୟକ୍ତିଙ୍କୁ ମିଳିବାକୁ ଥିବା କ୍ଷତିପୂରଣ ରାଶି ସ୍ଥିର କରିବା ପାଇଁ ଏକ ନୂଆ ଫର୍ମୁଲା କରଯାଇଛି । ଏହି ଫର୍ମୁଲା ହେଉଛି କ୍ଷତିପୂରଣ ରାଶି = ୫ ଲକ୍ଷ x କର୍ମଚାରୀ କ୍ଷତିପୂରଣ ଆକ୍ଟ, ୧୯୨୩ ସୂଚୀ ୧ ହିସାବରେ ବିକଳାଙ୍ଗତାର ପ୍ରତିଶତ ।

ଯଦି ପୀଡିତ ବ୍ୟକ୍ତି ସ୍ଥାୟୀ ଭାବରେ ବିକଳାଙ୍ଗ ହୋଇଯାଇଛନ୍ତି ତେବେ ତାଙ୍କୁ ଅତି କମରେ ୫୦ ହଜାର ଟଙ୍କାର କ୍ଷତିପୂରଣ ମିଳିବ । ସେହିପରି ସାମାନ୍ୟ ଆହତ ହେବାର ସ୍ଥିତିରେ ୨୫ ହଜାର ଟଙ୍କାର କ୍ଷତିପୂରଣ ମିଳିବ । ଏହି ସଂଶୋଧମ ପ୍ରକ୍ରିୟା ତତ୍କାଳ ପ୍ରଭାବରେ ଲାଗୁ କରାଯାଇଛି । ଯଦି ମେ ୨୨ ତାରିଖଠାରୁ କୌଣସି ଥାର୍ଡ ପାର୍ଟି କ୍ଷତିପୂରଣ ପାଇଁ କ୍ଲେମ କରୁଛନ୍ତି ତେବେ ତାଙ୍କୁ ଏହି ନୂଆ ସଂଶୋଧନ ନିୟମ ଅନୁଯାୟୀ, କ୍ଷତିପୂରଣ ରାଶି ଦିଆଯିବ । ଏହି ସଂଶୋଧନ ପରେ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ୨୦୧୯ ଜାନୁଆରୀ ୧ ତାରିଖ ଠାରୁ ସମସ୍ତ ପ୍ରକାର କ୍ଲେମ ପାଇଁ କ୍ଷତିପୂରଣ ରାଶିରେ ପ୍ରତିବର୍ଷ ୫ ପ୍ରତିଶତ ବୃଦ୍ଧି କରାଯିବ ।

୨୦୧୯ ଜାନୁଆରୀ ମାସ ୧ ତାରିଖ ଠାରୁ ସଡକ ଦୁର୍ଘଟଣାରେ ମୃତ୍ୟୁ ହେଲେ ମିଳୁଥିବା କ୍ଷତିପୂରଣ ରାଶିରେ ୫ ପ୍ରତିଶତ ବୃଦ୍ଧି ହେବ । ଏହି ଅନୁସାରେ ଥାର୍ଡ ପାର୍ଟି ଇନସୁରାନ୍ସ ମାନଙ୍କୁ ୫,୨୫,୦୦୦ ଟଙ୍କା କ୍ଷତିପୂରଣ ରାଶି ମିଳିବ । ଏହି ଅନୁସାରେ ସାଧାରଣ ଦୁର୍ଘଟଣାରେ ମିଳୁଥିବା କ୍ଷତିପୂରଣ ରାଶି ୨୫୦୦୦ ଟଙ୍କାରୁ ବୃଦ୍ଧି ହୋଇ ୨୬,୨୫୦ ଟଙ୍କା ହୋଇଯିବ ।