ବିରାଟଙ୍କୁ ବିଶ୍ରାମ ଦେଲା ବିସିସିଆଇ! ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବେନି ଶେଷ ଦୁଇଟି ଦିନିକିଆ ଓ ଟି-୨୦ ସିରିଜ

530

କନକ ବ୍ୟୁରୋ : ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକଆ  ସିରିଜର ଶେଷ ଦୁଇଟି ମ୍ୟାଚରୁ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦେଇଛି ବିସିସିଆଇ । କେବଳ ଦିନିକିଆ ନୁହେଁ ବରଂ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରୁ ମଧ୍ୟ କ୍ୟାପଟେନ କୋହଲିଙ୍କୁ ବିଶ୍ରାମ ଦେଇଛନ୍ତ ବିସିସିଆଇ ଚୟନକର୍ତ୍ତା କମିଟି । ବିରାଟଙ୍କ ସ୍ଥାନରେ ସିରିଜର ଶେଷ ଦୁଇଟି ଦିନିକିଆ ଓ ଟି-୨୦ ସିରିଜର ଅଧିନାୟକ ଭାର ସମ୍ଭାଳିବେ ହିଟମ୍ୟାନ ରୋହିତ ଶର୍ମା । ଏନେଇ ବିସିସିଆଇର ଚୟନକର୍ତ୍ତା କମିଟି ସୂଚନା ଦେଇଛନ୍ତି ।

ଲଗାତାର ସିରିଜ ଖେଳି ଆସୁଥିବା ଅଧିନାୟକ ବିରାଟ କୋହଲିଙ୍କୁ ଘରୋଇ ମାଟିରେ ହେବାକୁ ଥିବା ଅଷ୍ଟ୍ରେଲିଆ ସିରିଜ ପାଇଁ ବିଶ୍ରାମ ଦେଇଛି ଟିମ୍ ମ୍ୟାନେଜମେଣ୍ଟ ଓ ଚୟନକର୍ତ୍ତା କମିଟି । ତେବେ ବିରାଟ ବଦଳ ଖେଳାଳୀ ଭାବେ ଅନ୍ୟ କୌଣସି ଖେଳାଳୀଙ୍କ ନାଁ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇନାହିଁ । ଶେଷଥର ପାଇଁ ବିରାଟଙ୍କୁ ଗତବର୍ଷ ନଭେମ୍ବର ମାସରେ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ବିଶ୍ରାମ ଦିଆଯାଇଥିଲା ।

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଧୱନଙ୍କ ଦମଦାର ଅର୍ଦ୍ଧଶତକ ବଳରେ ବିଜୟୀ ହୋଇଥିଲା ବିରାଟ ବାହିନୀ । ଏହାସହ ସିରିଜରେ ୧-୦ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ ।