ବେଙ୍ଗାଲୁରୁରେ ବିରାଟ୍ କାହାଣୀ

81

ଗ୍ଲାମର ଓ କ୍ରିକେଟର ପୁରୁଣା ସମ୍ପର୍କ । ବଲିଉଡ ବିଉଟିଙ୍କ ପ୍ରେମରେ ଟିମ ଇଣ୍ଡିଆର ଖେଳାଳିମାନେ କେତେବେଳେ ଉବୁଟୁବୁ ହୋଇଛନ୍ତି ତ ପୁଣି କେବେ ହେଇଛନ୍ତି ଘାଇଲା । ବେଶ କିଛି ଦିନ ଲଭ୍ ରୋମାନ୍ସ ଚାଲିବାପରେ ଏହା କ୍ରମେ ରୂପ ନେଇଛି ବିବାହର । କେବେ କେବେ ପୁଣି ରୋମାନ୍ସରେ ପଡ଼ିଛି ଫୁଲ ଷ୍ଟପ୍ । ହୋଇଛି ବ୍ରେକ୍ ଅପ୍ । କିଛି ଦିନ ତଳେ ଟିମ ଇଣ୍ଡିଆର ସ୍ପିନର ହରଭଜନ ସିଂ ଓ ବଲିଉଡ ନାୟିକା ଗୀତା ବାସ୍ରାଙ୍କ ବିବାହ ଖୁବ ଚର୍ଚ୍ଚା ସାଉଁଟିଥିଲା । କ୍ରିକେଟର୍ ଓ ସିଲଭର୍ ସ୍କ୍ରିନ୍ ନାୟିକାଙ୍କ ପ୍ରେମ ସମ୍ପର୍କର ଅନେକ ଉଦାହରଣ ଦେଖିବାକୁ ମିଳିଛି ଅତୀତରେ । ସେମାନଙ୍କ ମଧ୍ୟରେ କିଏ ଆଜି ସୁଖୀ ଦାମ୍ପତ୍ୟ ବିତାଉଛନ୍ତି ତ ପୁଣି କିଏ ପରସ୍ପରଠାରୁ ଅଲଗା ହୋଇସାରିଲେଣି । ସେହିଭଳି ଏକ କାହାଣୀ ବିରାଟ ଓ ଅନୁଷ୍କାଙ୍କର ।

Virat n anushkaକାହାଣୀ ବେଙ୍ଗାଲୁରୁର । କାହାଣୀ ଦୁଇ ପ୍ରେମ ପକ୍ଷୀଙ୍କର । ବେଙ୍ଗାଲୁରୁରେ ଏବେ ଲଭ ବାର୍ଡସ ଅନୁଷ୍କା ଓ ବିରାଟ । ରେଷ୍ଟୁରାଂଟରେ ଏକାଠି ଡିନର କରୁଥିବା ଆସିଛନ୍ତି ନଜରକୁ । ଆପିଏଲର ଏକ ମ୍ୟାଚ ପୁର୍ବରୁ ବିରାଟଙ୍କୁ ଭେଟିଥିଲେ ଅନୁଷ୍କା । ରେଷ୍ଟୁରାଂଟରେ ଏକାଠି ଡିନର କରିବା ପରେ ହୋଟେଲ ଷ୍ଟାଫଙ୍କ ସହ ଫଟୋ ଉଠାଇଛନ୍ତି ଦୁଇଜଣ । ଦୁନିଆକୁ ଦେଖାଇଛନ୍ତି ନିଜର କ୍ଲୋଜ ରିଲେସନ ସିପ୍ । ଫଟୋ ଏବେ ଭାଇରାଲ ଇଂଟନେଟରେ । ଫଟୋକୁ ନେଇ ଫ୍ୟାନମହଲରେvirat-anushka-bangalore-478x395 ଦେଖାଦେଇଛି ଖୁସି । ଫଟୋ ଜଣାଉଛି ଦୁଇଜଣ ପୁଣି ହୋଇଛନ୍ତି ଏକାଠି । ଫଟୋକୁ ନେଇ କ୍ରିକେଟ୍ ମହଲରେ କିନ୍ତୁ ଭିନ୍ନଧରଣର ପ୍ରତିକ୍ରିୟା । କାରଣ ଦୁହେଁ ଏକାଠି ହେଲେ ବାଜି ଲାଗିବ ବିରାଟଙ୍କ ଫର୍ମ ଓ କ୍ୟାରିୟର୍ ଉପରେ । ବିରାଟ୍ କାହାଣୀର ବେଙ୍ଗାଲୁରୁ ମୋଡ଼କୁ ନେଇ ଗଣମାଧ୍ୟମରେ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା । ବିରାଟ୍ – ଅନୁଷ୍କାଙ୍କ ପ୍ରେମକାହାଣୀରେ କେତେବେଳେ କମା ତ କେତେବେଳେ ପୂର୍ଣ୍ଣଚ୍ଛେଦ ଲାଗୁଥିବାବେଳେ ଦୁହିଁଙ୍କ ଏକାଠି ହେବାର ନୂଆ ଫଟୋ ଏବେ ନୂଆ ସମୀକରଣ ସମ୍ପର୍କରେ ସୂଚନା ଦେଇଛି । ବିରାଟ୍ – ଅନୁଷ୍କାଙ୍କ ଲଭଷ୍ଟୋରୀରେ ପୁଣି ଏକ ଟୁଇଷ୍ଟ । ପ୍ରଶଂସକ ମହଲରେ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନାଯୋଗ୍ୟ ଦୁହିଁଙ୍କ ମଧ୍ୟରେ କିଛି ଦିନ ତଳେ ସୃଷ୍ଟି ହୋଇଥିଲା ମତଭେଦ ।

anushka-sharma-Virat-Kohliଗ୍ଲାମର – କ୍ରିକେଟ୍ କନେକ୍ସନ୍ । ଏହି ଧାରା ଖୁବ ପୁରୁଣା । କୌଣସି ଫଙ୍କସନ ହେଉ କି ଆୱାର୍ଡ ଶୋ । ନଚେତ କୌଣସି କ୍ରିକେଟ ମ୍ୟାଚ୍ । ଦେଖା ସାକ୍ଷାତରୁ ଆରମ୍ଭ ହୋଇଥାଏ ଦୋସ୍ତି । ଦୋସ୍ତି କ୍ରମେ ରୂପ ନିଏ ପ୍ରେମର । ତେବେ ବିରାଟ୍ ଓ ଅନୁଷ୍କାଙ୍କ ମଧ୍ୟରେ ମାମଲା ଥିଲା ସାମାନ୍ୟ ଭିନ୍ନ । ୨୦୧୩ ମସିହାରେ ଏକ ଟିଭି ବିଜ୍ଞାପନର ସୁଟିଂରେ ପରସ୍ପର ସହ ହୋଇଥିଲା ପ୍ରଥମ ଦେଖା । ଏହାପରେ ପରସ୍ପରର ବେଷ୍ଟ ଫ୍ରେଣ୍ଡ ପାଲଟିଯାନ୍ତି ଦୁହେଁ । ସମ୍ପର୍କରେ ଘନିଷ୍ଠତା ବୃଦ୍ଧି ପାଇବା ପରେ ପରସ୍ପରକୁ ହୃଦୟ ଦେଇ ବସିଥିଲେ ଦୁହେଁ । ୨୦୧୪ ମସିହା । ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ୍ ଖେଳିବାକୁ ଟିମ୍ ଇଣ୍ଡିଆର ଖେଳାଳୀଙ୍କ ସହ କୋହଲି ଆସନ୍ତି ମୁମ୍ବାଇ । ବିଶ୍ରାମ ନେବାକୁ ହୋଟେଲ ବଦଳରେ ଅନୁଷ୍କାଙ୍କ ଘରେ ରହିବାକୁ ପସନ୍ଦ କରନ୍ତି ବିରାଟ୍ । ଢ଼େର କିଛି ଦିନ ଦୁହିଁଙ୍କ ରୋମାଂଟିକ୍ ରିଲେସନସିପ୍ ପରେ ହୁଏ ବ୍ରେକ୍ ଅପ୍ ।
Pepsi IPL 2015 - M54 RCB v KKRକେତେବେଳେ ଇସ୍କ ଭିସ୍କ ଇଲୁ ଇଲୁ ତ ପୁଣି କେବେ ଲଭ୍ କା ଦି ଏଣ୍ଡ । ଦୁହିଁଙ୍କ ପ୍ରେମକାହାଣୀରେ ସ୍ଥିରତା କମ ଅଧିକ ଦେଖିବାକୁ ମିଳୁଥିଲା ଅସ୍ଥିରତା । କିଛି ଦିନ ତଳେ ଉଭୟଙ୍କ ସମ୍ପର୍କରେ ଘନିଷ୍ଠତା କମିବାର ରିପୋର୍ଟ ଗଣମାଧ୍ୟମରେ ପ୍ରକାଶିତ ହୋଇ ଆସୁଥିଲା । ଏପରିକି ସୋସିଆଲ୍ ସାଇଟ୍ ଟ୍ୱିଟର୍ ଓ ଇନଷ୍ଟାଗ୍ରାମରେ କୋହଲି
ଅନୁଷ୍କାଙ୍କୁ ଫଲୋ କରିବା ମଧ୍ୟ ବନ୍ଦ କରି ଦେଇଥିଲେ । ମିଳିଥିବା ସୂଚନା ଅନୁଯାୟୀ ୨୦୧୬ ବର୍ଷରେ ଅନୁଷ୍କାଙ୍କୁ ବିବାହ କରିବାକୁ ଚାହୁଁଥିଲେ କୋହଲି । କିନ୍ତୁ ନିଜର ଫିଲ୍ମି 1331776_Wallpaper2କ୍ୟାରିୟର ଶିଖରରେ ଥିବାରୁ ଅନୁଷ୍କା ୨୦୧୬ରେ ବିବାହ କରିବାକୁ ରାଜି ନଥିଲେ । ସେପଟେ କୋହଲିଙ୍କ ପରିବାର ମଧ୍ୟ କୋହଲିଙ୍କ ଉପରେ ଚାପ ପକାଉଥିଲେ ଶିଘ୍ର ବିବାହ ପାଇଁ । କୌଣସି ମତେ ଅନୁଷ୍କା ବିବାହ ପାଇଁ ରାଜି ନହେବାରୁ ଅନୁଷ୍କାଙ୍କ ସହ ସମ୍ପର୍କ ତୁଟାଇବାର ନିଷ୍ପତି ନେଇଥିଲେ କୋହଲି । ବିଧିବଦ୍ଧ ଘୋଷଣା କରା ଯାଇଥିଲା ବ୍ରେକ୍ ଅପର । ଏବେ ପୁଣିଥରେ ଇଲୁ ଇଲୁ । କମିଯାଇଛି ଦୂରତା । ପୁଣି ଥରେ ଦୁହେଁ ହୋଇଛନ୍ତି ପରସ୍ପରର ନିକଟତର । ବେଙ୍ଗାଲୁରୁ କାହାଣୀରୁ ମିଳିଛି ଏହାର ପ୍ରମାଣ । ଯଦି ଉଭୟଙ୍କ ମଧ୍ୟରେ ବୁଝାମଣା ଠିକଠାକ ରହେ ତେବେ ବିବାହ ପାଇଁ ଅଧିକ ଅପେକ୍ଷା କରିବାକୁ ପଡ଼ିବନାହିଁ । ତେବେ ତାହା କେବଳ କହିବ ଆଗାମୀ ସମୟ । କାରଣ ବିରାଟ୍ ଓ ଅନୁଷ୍କା ଉଭୟ ଏବେ ବ୍ୟସ୍ତ ନିଜ ନିଜ କ୍ୟାରୀୟରରେ ।

ରିୟୁମର ଆଉ ଗସିପ । ସେଲିବ୍ରିଟିଙ୍କୁ ନେଇ ସବୁବେଳେ ଦେଖିବାକୁ ମିଳେ । ଗସିପ୍ କେବେ ହୁଏ ସତ କେବେ ମିଛ । ତେବେ ବିରାଟ୍ ଓ ଅନୁଷ୍କା ବେଙ୍ଗାଲୁରୁରେ ଏକାଠି ହେବା ଖବରରେ ସତ୍ୟତା ଥିବା ଜଣାପଡ଼ିଛି । ବର୍ତମାନ ସମୟରେ ଏତିକି କହିହେବ କିଛି ଦିନ ତଳେ ଯେଉଁ ଦୂରତା ବଢ଼ିଯାଇଥିଲା ଦୁହିଁଙ୍କ ମଧ୍ୟରେ ତାହା ଆଉ ନାହିଁ ।