ସୋସିଆଲ ମିଡିଆରେ ଅଶ୍ଳୀଳ ଭାଇରାଲ ଭିଡିଓ ଘଟଣା ! ଭୁବନେଶ୍ୱର ନୁହେଁ, ମୟୁରଭଞ୍ଜରେ ଘଟଣା ଘଟିଥିବା କହିଲେ ପୋଲିସ କମିସନର

53

କନକ ବ୍ୟୁରୋ : ସୋସିଆଲ ମିଡିଆରେ ଭାଇରାଲ ଭିଡିଓ ଘଟଣାରେ ମାମଲା ରୁଜୁ ହୋଇଛି । ବାରିପଦା ସଦର ଥାନାରେ ଏନେଇ ପୀଡିତାଙ୍କ ବାପା ଏତଲା ଦେଇଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଅଶ୍ଳୀଳ ଭିଡିଓ ମୟୁରଭଞ୍ଜର ବୋଲି ଆଜି ସୂଚନା ଦେଇଥିଲେ ପୁଲିସ କମିଶନର । ମୟୁରଭଞ୍ଜ ଜିଲ୍ଲା ପୋଲିସ ଘଟଣାର ତଦନ୍ତ କରୁଥିବା ନେଇ ପୁଲିସ କମିଶନର କହିଥିଲେ । ତେବେ ଏହା କିଭଳି ଭାଇରାଲ ହେଲା ତାହା ତଦନ୍ତ ପରେ ଜଣାପଡିବ।

ଗତ ଦୁଇଦିନ ହେଲା ଭାଇରାଲ ଭିଡିଓକୁ ନେଇ ରାଜଧାନୀରେ ଚର୍ଚ୍ଚା ଜୋର ଧରିଥିଲା । ୩ ଯୁବକ ପୀଡିତା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ହଇରାଣ କରିବା ପରେ ଅଶ୍ଳୀଳ ଭିଡିଓ ଉଠାଇଥିବା ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ରାସ୍ତାକଡରେ ଛିଡା ହୋଇ କଥାବାର୍ତ୍ତା ହେଉଥିବା ସମୟରେ ୩ଜଣ ଯୁବକ, ଯୁବତୀଙ୍କୁ ଟଣାଓଟରା କରି ଭିଡିଓକୁ ଭାଇରାଲ କରିଥିଲେ । ତେବେ ଏହା କେଉଁ ଅଂଚଳର ତାହା ସ୍ପଷ୍ଟ ହୋଇନଥିଲା ।