ବରଗଡ : ଗୌରପଡା ଛାତ୍ରୀ ନିବାସ ଭିଡିଓ ଭାଇରାଲ ଘଟଣା, ୪ ଅଭିଯୁକ୍ତ ଗିରଫ
କନକ ବ୍ୟୁରୋ : ବରଗଡ ସହରର ଗୌରପଡା ଛାତ୍ରୀ ନିବାସ ଭିଡିଓ ଭାଇରାଲ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଗିରଫ ହେଲେ ୪ ଅଭିଯୁକ୍ତ । ଗୌରପଡା ସ୍ଥିତ ପାଢୀ ଛାତ୍ରୀ ନିବାସର ମାଲିକ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ମାଲିକ ଅସଦାଚରଣ କରୁଥିବା ସମୟରେ ଛାତ୍ରୀଜଣକ ମୋବାଇଲରେ ଭିଡିଓ ରେକର୍ଡିଂ କରି ପୋଲିସ ନିକଟରେ ଅଭିଯୋଗ କରିଥିଲେ । ତେବେ ଏହି ଘଟଣା ପରେ ଏହି ଅସଦାଚରଣ ଭିଡିଓ ଭାଇରାଲ ହୋଇ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଭିଡିଓ ଭାଇରାଲ ହେବା ପରେ ସଂପୃକ୍ତ ଛାତ୍ରୀଙ୍କ ବାପା ବରଗଡ ଟାଉନ୍ ଥାନାରେ ଏ ନେଇ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ କରିବା ପରେ ଏହି ଭିଡିଓକୁ ଭାଇରାଲ କରିଥିବା ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏମାନଙ୍କ ବିରୋଧରେ ଆଇପିସି ଧାରା ୨୯୨-୬୭ ଆଇଟି ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଛି । ଏହା ସହ ଏହି ଭିଡିଓକୁ ମୋବାଇଲ ଓ କମ୍ପ୍ୟୁଟରରେ ଅପଲୋଡ୍ କରୁଥିବା ବ୍ୟକ୍ତିଙ୍କୁ ବରଗଡ ଏସପିଙ୍କ ନିର୍ଦ୍ଦେଶରେ ଖୋଜା ଚାଲିଛି । ଏ ନେଇ ଏକ ସର୍ଭର ଟିମ୍ ଯାଂଚ କରୁଥିବା ବରଗଡ ଟାଉନ୍ ଥାନା ଆଇଆଇସି ସୂଚନା ଦେଇଛନ୍ତି ।