ଭାରତରେ ଭିଆଇପି ରାଜ । ବିମାନ ଯାତ୍ରା ବିଳମ୍ବ ଯୋଗୁ କେନ୍ଦ୍ରମନ୍ତ୍ରୀଙ୍କ ଯୁକ୍ତି କଲେ ମହିଳା ଡାକ୍ତର । ଆତ୍ମୀୟଙ୍କ ଅନ୍ତିମ ସଂସ୍କାରରେ ହୋଇପାରିଲେନି ସାମିଲ

37

କନକ ବ୍ୟୁରୋ : ଏବେ ବି ଭାରତରେ ଦେଖିବାକୁ ମିଳୁଛି ଭିଆଇପି ରାଜ । କ୍ଷମତାଶାଳୀ ବ୍ୟକ୍ତିଙ୍କ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଯାତ୍ରୀ । ମଣିପୁରରେ ରାଷ୍ଟ୍ରପତିଙ୍କ ବିମାନ ପାଇଁ ବେସାମରିକ ବିମାନ ଉଡାଣ ଓ ଅବତରଣ ବନ୍ଦ ହେବାରୁ ହଟହଟ୍ଟା ହେଲେ ସାଧାରଣ ଯାତ୍ରୀ । ଗତ ମଙ୍ଗଳବାର ଦିନ ଇମ୍ଫାଲରୁ ଦୁଇ ଘଂଟା ଡେରିରେ ବିମାନ ଛାଡିବାରୁ ଜଣେ ଡାକ୍ତରାଣୀ ଆତ୍ମୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇପାରିଲେ ନାହିଁ ।
ଡାକ୍ତରାଣୀ ନିରାଲା ସିହ୍ନା ମଙ୍ଗଳବାର ଦିନ ପୂର୍ବାହ୍ନ ୧୧ଟାରେ ଛାଡୁଥିବା ଇମ୍ଫାଲ-କୋଲକତା ଇଣ୍ଡିଗୋ ବିମାନରେ ଯିବା ନିମନ୍ତେ ଟିକେଟ କରିଥିଲେ। ସେ ବିମାନଟି କୋଲକତାରୁ ପାଟନା ଯାଉଥିବା ଗୋ-ଏୟାର ଫ୍ଲାଇଟକୁ ଲିଙ୍କ ଦିଏ। ସେ ଜାଣିଥିଲେ ଇମ୍ଫାଲରୁ ଯିବା ଡେରି ହେଲେ ପାଟନା ବିମାନ ଫେଲ ହେବା ସୁନିଶ୍ଚିତ।

ସେତେବେଳେ ସୁରେଶ ପ୍ରଭୁ, ଜୟନ୍ତ ସିହ୍ନା ଏବଂ କେ. ଜେ. ଆଲଫୋନସଙ୍କୁ ନେଇ ଏକ ବିମାନ ସେଠାରେ ଅବତରଣ କଲା। ରାଷ୍ଟ୍ରପତିଙ୍କୁ ପାଛୋଟି ନେବା ପାଇଁ ବିମାନ ବନ୍ଦରକୁ ଆସିଥିଲେ କେନ୍ଦ୍ର ପର୍ୟ୍ୟଟନ ମନ୍ତ୍ରୀ କେ. ଜେ. ଆଲଫୋନସ। ମନଦୁଃଖରେ ବସିଥିବା ଡାକ୍ତରାଣୀଙ୍କୁ ଦେଖି ସେ ତାଙ୍କ ପାଖକୁ ଗଲେ। ତାଙ୍କୁ ଡାକ୍ତରାଣୀ ନିଜର ସମସ୍ୟା ଜଣାଇଲେ।

ରିବା ପରେ ସେ ଯାଉଥିବା ବିମାନଟିକୁ ଯେମିତି ପ୍ରଥମେ ଛଡ଼ାଯିବ। ମନ୍ତ୍ରୀ ତାଙ୍କୁ ସେ ପ୍ରତିଶ୍ରୁତି ଦେଲେ। ତାହା ଲିଖିତ ଆକାରରେ ଦିଅନ୍ତୁ ବୋଲି ପୁଣି ଡାକ୍ତରାଣୀ କହିବାରୁ ତାହା ସମ୍ଭବ ନୁହେଁ ବୋଲି ମନ୍ତ୍ରୀ କହିଥିଲେ । ଏଥିଯୋଗୁଁ ମନ୍ତ୍ରୀଙ୍କ ସହ ତାଙ୍କର ସାମନ୍ୟ ଯୁକ୍ତିତର୍କ ହୋଇଥିଲା।ନିରାପତ୍ତା ଦୃଷ୍ଟିରୁ କେନ୍ଦ୍ରମନ୍ତ୍ରୀ ମଧ୍ୟ ତାଙ୍କ ଅନୁରୋଧ ରକ୍ଷା କରିପାରିନଥିଲେ ବୋଲି ଜଣାପଡିଥିଲା ।

ଶେଷରେ ଡାକ୍ତରାଣୀଙ୍କୁ ସହାୟତା କରିବାକୁ ସବୁ ଏୟାରଲାଇନସ ମିଳିତ ଉଦ୍ୟମ କଲେ। ସ୍ଥିର ହେଲା ସେ କୋଲକତାରେ ପହଞ୍ଚିଲା ମାତ୍ରେ ତାଙ୍କୁ ପାଟନା ଯାଉଥିବା ଯେକୌଣସି ବିମାନରେ ବସାଇ ଦିଆଯିବ। ଶେଷରେ ଇଣ୍ଡିଗୋ ଏୟାରପୋର୍ଟ ଅଧିକାରୀ ତାଙ୍କ ଠାରୁ ଟିକେଟ ବାବଦ ନେଇ ଥିବା ପୂରା ଟଙ୍କା ଫେରାଇ ଦେଇ ପାଟନା ଯାଉଥିବା ଏକ ସ୍ପାଇସଜେଟ ବିମାନର ଟିକେଟ କିଣି ଦେଇଥିଲେ।