ନବରଙ୍ଗପୁର : ୫ ଦିନ ହେବ ଜଙ୍ଗଲରେ ଭୋକଉପାସରେ ପଡିରହିଛନ୍ତି ଯୁବତୀ ! ଉଇହୁଙ୍କା ନିକଟରେ ଚାଲିଛି ପୂଜାର୍ଚ୍ଚନା

53

କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଧନସୁଲି ଗାଁରେ ଘଟିଛି ଅଜବ ଘଟଣା । ଜଣେ ଯୁବତୀ ନିଜ ଦେହରେ ପାର୍ବତୀ ଉଭା ହୋଇଛନ୍ତି ବୋଲି  ଦାବି କରି ୫ ଦିନ ହେଲା ଏକ ଉଇହୁଙ୍କା ନିକଟରେ ଭୋକ ଉପାସରେ ପଡିରହିଛନ୍ତି । ଆଉ ଯୁବତୀଙ୍କୁ ସୁରକ୍ଷା ଦେବାକୁ ଗାଁର କିଛି ଲୋକ ଓ ପରିବାର ତମ୍ବୁ କରି ଚାରିଆଡେ ଜଗିବସିଛନ୍ତି ।

ପୂଜାର୍ଚନା ବି ଚାଲିଛି । ଧନସୁଲି ଗାଁର ଜଣେ ଯୁବତୀ ୫ ଦିନ ତଳେ କିଛି ମହିଳାଙ୍କ ସହ ଜଙ୍ଗଲି ଛତୁ ସଂଗ୍ରହ କରିବାକୁ  ଯାଇଥିଲୋ ଜଙ୍ଗଲରୁ ଫେରିବା ପରେ କହିଥିଲେ ମୋତେ ମା ଦେଖାହୋଇଛନ୍ତି । ମୁଁ ଆଉ ଘରେ ରହିବି ନାହିଁ । ଏହାପରେ ଯୁବତୀ ଜଣକ ଜଙ୍ଗଲକୁ ଚାଲିଯାଇ ଉଇହୁଙ୍କା ନିକଟରେ ଭଗବାନକୁ ସ୍ମରଣ କରୁଥିବା ଦେଖିବାକୁ ମିଳିଥିଲା । ଘଟଣା ପ୍ରଚାରିତ ହେବା ପରେ ଘଂଚ ଜଙ୍ଗଲ ମଧ୍ୟରେ  ଅସ୍ଥାୟୀ ରାସ୍ତା ତିଆରି କରାଯାଇଛି । ଏଠାରେ ଶହ ଶହ ଲୋକଙ୍କ ଭିଡ ଦେଖିବାକୁ ମିଳିଛି ।