ଶୁଣିଲାନି ପ୍ରଶାସନ : ନିଜ ଉଦ୍ୟମରେ ପାଲଲହଡ଼ା ଜାଉଁଳିବନ୍ଧ ଗ୍ରାମାବାସୀ ନାଳ ଉପରେ ନିର୍ମାଣ କଲେ ଅସ୍ଥାୟୀ କାଠପୋଲ

36

କନକ ବ୍ୟୁରୋ : ଶୁଣିଲାନି ପ୍ରଶାସନ ଗ୍ରାମବାସୀ ନିଜ ଉଦ୍ୟମରେ ନାଳ ଉପରେ ନିର୍ମାଣ କଲେ ଅସ୍ଥାୟୀ କାଠପୋଲ । ପାଲଲହଡା ରେହିଲା ପଂଚାୟତର ଜାଉଁଳିିବନ୍ଧ ଗାଁକୁ ଇଂଜିଡି ପଂଚାୟତ ସୀମାବର୍ତ୍ତି ଗାଁ ଦେବାହାଳି ଗାଁ ମଝିରେ ପ୍ରତିବନ୍ଧକ ସାଜିଥିଲା ଖରବାନାଳ । ଦେବାହଳି ଗାଁରେ ରହିଛି ଆଶ୍ରମ ସ୍କୁଲ । ଏହି ସ୍କୁଲକୁ ଯିବାକୁ ହେଲେ ପିଲାମାନଙ୍କୁ ନାଳ ପାରି ହୋଇ ଯିବାକୁ ପଡେ । ବର୍ଷା ଦିନରେ ନାଳରେ ଅଧିକ ପାଣି ରହୁଥିବାରୁ ପିଲାମାନଙ୍କର ପାଠପଢ଼ା ଠପ୍ ହୋଇଯାଏ ।

ଜାଉଁଳିବନ୍ଧ ଗାଁଟି ୯୯ ଭାଗ ଆଦିବାସୀ ସମ୍ପ୍ରଦାୟର ୫୦୦ରୁ ଉର୍ଦ୍ଧ ପରିବାର ବାସ କରନ୍ତି । ପ୍ରଶାସନ ନିକଟରେ ନାଳ ଉପରେ ପୋଲ ନିର୍ମାଣ କରିବା ପାଇଁ ବାରମ୍ବାର ଅନୁରୋଧ ପରେ ମଧ୍ୟ କିଛି ଫଳ ମିଳିନଥିଲା । ଅନେକ ଅସୁବିଧା ଭୋଗୁଥିଲେ ସ୍ଥାନୀୟ ବାସିନ୍ଦା । ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ନିଜ ପରିଶ୍ରମରେ ପୋଲ ନିର୍ମାଣ କରିଛନ୍ତି । ଗ୍ରାମବାସୀଙ୍କ ଏହି କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇଛି । ତେବେ ଅନୁଧ୍ୟାନ କରି ସେଠାରେ ଏକ ଛୋଟ ପୋଲ ନିର୍ମାଣ କରାଯିବ ବୋଲି କହିଛନ୍ତି ପାଲଲହଡା ବିଡିଓ ।