ବ୍ରହ୍ମପୁର ଜରଡାରେ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ ! ଦେଶୀ ମଦଭାଟିରେ ଚଢାଉ ବେଳେ ମାଡ ମାରିଲେ ଗ୍ରାମବାସୀ

11

କନକ ବ୍ୟୁରୋ : ବ୍ରହ୍ମପୁର ଜରଡାରେ ଅଭାବନୀୟ ଘଟଣା । ଦେଶୀମଦ ଭାଟିରେ ଚଢାଉ ବେଳେ ଅବକାରୀ ବିଭାଗର ଅଧିକାରୀଙ୍କୁ ଆକ୍ରମଣ । ଜରଡା ଥାନା ଅନ୍ତର୍ଗତ ମଶାଣିବାଡ ଗାଁରେ ଲୋକଙ୍କ ବିରୋଧର ସାମ୍ନା କରିଛନ୍ତି ଅବକାରୀ ବିଭାଗର କର୍ମଚାରୀ । ଦେଶିମଦ ଭାଟିରେ ରେଡ ବେଳେ ଉତ୍ୟକ୍ତ ଲୋକଙ୍କ ଆକ୍ରମଣରେ ୫ରୁ ଅଧିକ କର୍ମଚାରୀ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି । ଏବେ ବି ଆହରି କିଛି ଅବକାରୀ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ସ୍ଥାନୀୟ ବାସିନ୍ଦା ।