ସମ୍ବଲପୁର ଜେଲରୁ ୧୮ଲକ୍ଷ ଟଙ୍କା ଜବତ ଘଟଣା ! ନିଳମ୍ବିତ ଜେଲର ସୁଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସ ଚଢାଉ

24

କନକ ବ୍ୟୁରୋ : ସମ୍ବଲପୁର ଜେଲରୁ ୧୮ ଲକ୍ଷ ଜବତ ଘଟଣାରେ ନିଲମ୍ବିତ ଜେଲର ସୁଶାନ୍ତ ରାଉତଙ୍କ ଘରେ ଭିଜିଲାନସ ଚଢାଉ । ଆଜି ସକାଳୁ ସୁଶାନ୍ତଙ୍କ ସରକାରୀ ବାସଭବନ, ଅଫିସ ଓ ଯାଜପୁର କଲ୍ୟାଣପୁରରେ ଥିବା ପୈତୃକ ବାସଭବନରେ ରେଡ ହୋଇଛି । ଭିଜିଲାନ୍ସର ୩ଟି ଟିମ୍ ଏହି ତିନୋଟି ସ୍ଥାନରେ ଚଢାଉ ଜାରି ରଖିଛି ।

ଗତ ୪ ତାରିଖରେ ରାଜ୍ୟ ସାରା ଜେଲଗୁଡିକରେ ରେଡ ଚାଲିଥିବାବେଳେ ସମ୍ବଲପୁର ଜେଲରେ ବି ପୋଲିସ ରେଡ କରିଥିଲା । ଏହି ସମୟରେ ଜେଲର ସୁଶାନ୍ତ ରାଉତଙ୍କ ଚାମ୍ବରରୁ ୧୮ ଲକ୍ଷ ଜବତ ହୋଇଥିଲା । ଏହା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ସୁଶାନ୍ତ ରାଉତଙ୍କୁ କାର୍ଯ୍ୟରୁ ସସପେଣ୍ଡ କରାଯାଇଛି ।