‘ମୁଁ ଭାରତମାତା ପାଇଁ ସମର୍ପିତ , ତମେ ପରିବାର ସମ୍ଭାଳ’: ସହିଦ ହେବା ପୂର୍ବରୁ ପତ୍ନୀଙ୍କୁ ଏଭଳି କହିଥିଲେ ବାରଣାସୀର ସହିଦ ରମେଶ

385

‘ଆମ ପୁଅ ସହିତ ହିଁ ବାପା ଏବଂ ପରିବାର ଲୋକଙ୍କର ଧ୍ୟାନ ରଖିବ.. ମୁଁ ସୀମାରେ ରହି ଦେଶର ସୁରକ୍ଷା କରିବି ଏବଂ ତୁମେ ଭଲ ଭାବରେ ଘର-ପରିବାର ଲୋକଙ୍କୁ ସମ୍ଭାବ .. ଏବେ ମୁଁ କାହାକୁ ଦେଖିବି.. କାହାକୁ ସମ୍ଭାଳିବି .. ହେ ଭଗବାନ ଏ କଣ କଲ .. ଆମେ କାହାର କଣ ଅବା କ୍ଷତି କରିଥିଲୁ .. ଆମ ସହିତ ଏଭଳି କାହିଁକି ଘଟିଲା .. ।’ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ବାରଣାସୀର ବୀର ଯବାନ ରମେଶ ଯାଦବଙ୍କ ପତ୍ନୀ ବାରମ୍ବାର ଏହା କହି ଅଚେତ ହୋଇପଡୁଥିଲେ ।

ଜମ୍ମୁକଶ୍ମୀରରେ ସିଆରପିଏଫର ୬୧ ବାଟାଲିୟନରେ କାର୍ଯ୍ୟରତ ରମେଶ ଏଇ କିଛି ଦିନ ତଳେ ଗାଁକୁ ଆସିଥିଲେ । ଛୁଟି ସରିବା ପରେ ୧୨ ଫେବୃଆରୀରେ ରମେଶ ଘରୁ ଜମ୍ମୁ ଅଭିମୁଖେ ବାହାରିଥିଲେ । ଜମ୍ମୁ ଯିବା ସମୟରେ ରାସ୍ତାରେ ରମେଶ ପତ୍ନୀ ରେଣୁଙ୍କୁ ଫୋନ କରିଥିଲେ । ଫୋନରେ ପତ୍ନୀଙ୍କୁ ଘର ସମ୍ଭାଳିବା ପାଇଁ କହୁଥିଲେ ଏବଂ ନିଜେ ସାରା ଦେଶ ସମ୍ଭାଳିବାର ଦାୟିତ୍ୱ ନେବା କଥା କହିଥିଲେ ।

ରମେଶ ଘରୁ ବାହାରିବା ବେଳେ ବେଶ୍ ଖୁସି ଥିଲେ ଏବଂ ଘର ଲୋକଙ୍କୁ କହିଥିଲେ କି ମୁଁ ଖୁବ୍ ଶୀଘ୍ର ଫେରିବି । କିନ୍ତୁ କାହାକୁ ଜଣା ଥିଲା କି ରମେଶ ଏବେ ତିରଙ୍ଗାରେ ଘୋଡାଇ ହୋଇ ଘରକୁ ଫେରିବେ ବୋଲି । ରମେଶଙ୍କର ବୀରତ୍ୱ ପାଇଁ ସାରା ତୋଫାପୁର ଗର୍ବିତ । ହେଲେ ତାଙ୍କର ବୁଢା ବାପା ଏବଂ ପତ୍ନୀଙ୍କର ବୁକୁଫଟା ଚିକ୍ରାରକୁ ଦେଖି ଯେ କେହି ବି ତାଙ୍କୁ ଆଶ୍ୱସନା ଦେବାକୁ ସାହସ ଜୁଟାଇ ପାରୁନାହାଁନ୍ତି ।

ରମେଶଙ୍କ ଗୋଟିଏ ଦେଢ ବର୍ଷର ପୁଅ ଅଛନ୍ତି । ଗତକାଲି ରମେଶଙ୍କର ପାର୍ଥିବ ଶରୀର ତାଙ୍କର ଜନ୍ମମାଟିକୁ ଅଣାଯାଇଥିଲା । ହଜାର ହଜାର ସଂଖ୍ୟକ ଲୋକେ ତାଙ୍କର ପାର୍ଥିକ ଶରୀରକୁ ଶେଷ ସମାଲ ଦେବାକୁ ଧାଇଁ ଆସିଥିଲେ । ତାଙ୍କର ପରିବାର ଲୋକଙ୍କୁ ଭେଟିଥିଲେ ଆଉ ତାଙ୍କର ସହ ଦୁଃଖ ବାଂଟିଥିଲେ । ତେବେ ଏହି ସମୟରେ ଜଣେ ସିଆରପିଏଫ ଯବାନ ବି ଆସି ପହଂଚିଥିଲେ । ଆଉ ରମେଶଙ୍କର ଦେଢ ବର୍ଷର ଅବୋଧ ଶିଶୁଟି ଯବାନଙ୍କର ଟୋପିକୁ ଦେଖି ମା ବାପା ଆସି ଗଲେ ବୋଲି ତାଙ୍କ ନିକଟକୁ ଦୌଡି ଚାଲିଯାଇଥିଲେ । ହେଲେ ନିର୍ବୋଧ ଶିଶୁଟିକୁ ବି କଣ ଜଣା କି ତାର ବାପା ଭାରତ ମାତାର କୋଳରେ ସବୁଦିନ ପାଇଁ ଶୋଇଯାଇଛନ୍ତି ।

ରମେଶଙ୍କର ବଡ ଭାଇ ରାଜେଶ କର୍ଣ୍ଣାଟକରେ ଦୁଗ୍ଧ ବାବସାୟ କରନ୍ତି । ବାପା ଶ୍ୟାମା ନାରାୟଣ ଘରେ ରହି ଚାଷ ବାସ ସବୁ କରନ୍ତି । ଗୁରୁବାର ରାତି ପ୍ରାୟ ୮ଟା ବେଳେ ଏକ ଫୋନ ଆସିଥିଲା ଆଉ ଏହି ଫୋନରେ ରମେଶଙ୍କର ସହିଦ ହେବା ଖବର ତାଙ୍କୁ ମିଳିଥିଲା । ଘରେ ଯେତେବେଳେ ଏହି ଖବର ପହଂଚିଥିଲା କେହି ବିଶ୍ୱାସ କରିପାରିନଥିଲେ । କିଛି ସମୟ ପାଇଁ ମନରେ ପ୍ରଶ୍ନ ଉଠିଥିଲା , ସତରେ କଣ ରମେଶ ଆଉ ଫେରିବେନି । ତାର ବାପା ଆଉ ନାହାନ୍ତି ବୋଲି ମନୋଜଙ୍କ ଦେଢ ବର୍ଷର ପୁଅକୁ କେମିତି ବୁଝେଇବେ କେହି ଜାଣିପାରୁନାହାଁନ୍ତି । ଏକଥାକୁ କେହି ବିଶ୍ୱାସ କରିପାରୁନାହାନ୍ତି । କାରଣ ତିନି ଦିନ ତଳେ ହିଁ ରମେଶ ଘର ଲୋକଙ୍କୁ ଏହା କହି ବାହାରିଥିଲେ କି, ମୁଁ ଖୁବ ଶୀଘ୍ର ଆସିବି ବୋଲି ।