ପୁଣି ଅଶାନ୍ତ ବାଣୀବିହାର ବିଶ୍ୱବିଦ୍ୟାଳୟ : ମୌଳିକ ସମସ୍ୟା ସମାଧାନ ଦାବିରେ ଛାତ୍ରୀଙ୍କ ଆନ୍ଦୋଳନ

31

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପୁଣି ଅଶାନ୍ତ ବାଣୀବିହାର ବିଶ୍ୱବିଦ୍ୟାଳୟ । ମୌଳିକ ସମସ୍ୟା ସମାଧାନ ଦାବିରେ ଛାତ୍ରୀଙ୍କ ଆନ୍ଦୋଳନ । ଭିସିଙ୍କ ଅଫିସ ଘେରିଲେ ଶତାଧିକ ଛାତ୍ରୀ । ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଥିବା ଶୈଳବାଳା ହଷ୍ଟେଲର ଛାତ୍ରୀ ପାଣି ଓ ବିଜୁଳି ଯୋଗାଇ ଦେବା ଦାବିରେ ଆନ୍ଦୋଳନ କରିଛନ୍ତି । ହାତରେ ବାଲଟି ଧରି ପହଂଚିଛନ୍ତି ଭିସିଙ୍କ କାର୍ଯ୍ୟାଳୟରେ । ବାରମ୍ବାର ଦାବି ସତ୍ୱେ କର୍ତୃପକ୍ଷ ଶୁଣୁ ନଥିବାରୁ ଶେଷରେ ଆଜି ଏଭଳି ଅଭିନବ ଢଙ୍ଗରେ ନିଜର ଦାବି ଉପସ୍ଥାପନ କରିଛନ୍ତି ଛାତ୍ରୀ ।