ବାଣୀବିହାରରେ ଛାତ୍ର ଗଣ୍ଡଗୋଳ ଘଟଣା : ଅପରାହ୍ନ ୫ଟା ସୁଦ୍ଧା ହଷ୍ଟେଲ୍ ଖାଲି କରିବାକୁ କର୍ତ୍ତୃପକ୍ଷଙ୍କ ନିର୍ଦେଶ

23

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବାଣୀବିହାରରେ ଛାତ୍ର ଗଣ୍ଡଗୋଳ ଘଟଣା । ହଷ୍ଟେଲ ଛାଡିବା ପାଇଁ ଉତ୍କଳ ବିଶ୍ୱ ବିଦ୍ୟାଳୟ କର୍ତୃପକ୍ଷ ନିର୍ଦେଶ ଦେଇଛନ୍ତି । ହଷ୍ଟେଲ ଖାଲି କରିବା ପାଇଁ ନୋଟିସ ଜାରି ହୋଇଛି । ଗତକାଲି ନିର୍ବାଚନ ପରବର୍ତୀ ହିଂସାକୁ ନେଇ ଛାତ୍ର ବିଜେଡି ଓ ଛାତ୍ର କଂଗ୍ରେସ ଗଣ୍ଡଗୋଳ ହୋଇଥିଲା । ଛାତ୍ର କଂଗ୍ରେସ ପକ୍ଷରୁ ମୁଖ୍ୟ ଫାଟକ ନିକଟରେ ବିକ୍ଷୋଭ କରୁଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ ଘଟଣାସ୍ଥଳରେ ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ମୃଦୁ ଲାଠିଚାଳନା କରିଥିଲା।