ବାଣୀବିହାର ବସ୍ତିର ସେକ୍ସ ଆଡ୍ଡା ଉପରେ ପୁଲିସର ଅତର୍କିତ ଚଢଉ

167

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ସେକ୍ସ ଆଡ୍ଡା ଉପରେ ସହିଦନଗର ପୁଲିସର ଅଚାନକ ଚଢଉ । ଦେହ ବ୍ୟବସାୟ ନେଇ ଖବର ପାଇ ଆଜି ସକାଳୁ  ବାଣୀବିହାର ବସ୍ତିରେ ଅତର୍କିତ ଚଢଉ କରିଥିଲା ପୁଲିସ । ଏହି ସମୟରେ ଜଣେ ଦେହଜୀବୀଙ୍କୁ ଉଦ୍ଧାର କରିବା ସହ ୨ ଜଣ ଯୁବକଙ୍କୁ ଗିରଫ କରିଛି ପୁଲିସ । ଏହାସହ ବହୁ ଆପତି ଜନକ ସାମଗ୍ରୀ ଜବତ କରିବା ସହ ବସ୍ତିରେ ବ୍ୟାପକ ଭଙ୍ଗାରୁଜା ହୋଇଛି । ପୁଲିସ ଉପସ୍ଥିତିରେ ସ୍ଥାନୀୟ ଲୋକେ ବସ୍ତିର ଭଙ୍ଗାରୁଜା କରିଛନ୍ତି । ପୂର୍ବରୁ ଅନେକ ସମୟରେ ଏହି ବସ୍ତିରେ ପୁଲିସ ଚଢଉ କରିଛି ।