ସୁନ୍ଦରଗଡ ଲହୁଣୀପଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

43

ସୁନ୍ଦରଗଡ ବ୍ୟୁରୋ,କନକ ନ୍ୟୁଜ୍ : ସୁନ୍ଦରଗଡ ଲହୁଣୀପଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ୨ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ରାଉରକେଲା ଆରଜିଏଚ ହସ୍ପିଟାଲରେ ଭର୍ତି କରାଯାଇଛି । ବ୍ରହ୍ମପୁରରୁ ରାଉରକେଲା ଯାଉଥିବା ବେଳେ ବିରିତଳା ପୋଲ ନିକଟରେ ଟାଭେରା ଗାଡି ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟି ପଡିଛି । ମୃତାହତମାନେ ରାଉରକେଲା ଟିମ୍ବର କଲୋନୀର ବୋଲି ଜଣାପଡିଛି ।