ବାଜପେୟୀଙ୍କ ଅନ୍ତିମ ବିଦାୟ ପରେ ଚୀନର ପ୍ରତିକ୍ରିୟା : କହିଲା, ବାଜପେୟୀ ଥିଲେ ଭାରତର ଜଣେ ମହାନ୍ ଷ୍ଟେଟ୍ସମ୍ୟାନ

35

କନକ ବ୍ୟୁରୋ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦେହାନ୍ତ ପରେ ଶୋକବାର୍ତ୍ତା ପଠାଇଛି ଚୀନ୍ । ଚୀନର ପ୍ରିମିୟର ଲି କେକିଆଙ୍ଗ୍ କହିଛନ୍ତି ଅଟଳ ବିହାରି ବାଜପେୟୀ ଜଣେ ମହାନ୍ ଭାରତୀୟ ଟେଷ୍ଟଟସମ୍ୟାନ୍ । ଚୀନ୍-ଭାରତର ସମ୍ପର୍କର ବିକାଶ ଦିଗରେ ବାଜପେୟୀଙ୍କର ଗୁରୁତ୍ୱପୂର୍ଣ ଭୂମିକା ଥିଲା ବୋଲି ଚୀନ୍ ବୈଦେଶିକ ମନ୍ତ୍ରାଳୟ ତରଫରୁ କୁହାଯାଉଛି । ଏହା ସହ ଚୀନ୍ ଭାରତ ସରକାର ଓ ବାଜପେୟୀଙ୍କ ସମ୍ପର୍କୀୟ ମାନଙ୍କୁ ସୌହାର୍ଦ୍ଦ୍ୟପୂର୍ଣ ସମବେଦନା ଜଣାଇଛନ୍ତି ।

source : Oneindia

ଅନନ୍ତରେ ଲୀନ ହେଲେ କୋଟି କୋଟି ଭାରତୀୟଙ୍କ ପ୍ରିୟ ନେତା ଅଟଳ । ପଂଚଭୂତରେ ବିଲୀନ ହୋଇଯାଇଛି ଚଳିତ ଶତାବ୍ଦୀର ମହାନାୟକଙ୍କ ମରଶରୀର । ଏହା ସହ ଶେଷ ହୋଇଛି ଭାରତୀୟ ରାଜନୀତିରେ ଅଟଳ ବିହାରୀ ବାଜପେୟୀଙ୍କ ଯୁଗ । ନିଜ ପ୍ରିୟ ନେତାଙ୍କୁ ଅଶ୍ରୁଳ ନୟନରେ ଅନ୍ତିମ ବିଦାୟ ଦେଇଛନ୍ତି ଦେଶବାସୀ । ଅଟଳଙ୍କ ଶେଷ ଶୋଭାଯାତ୍ରାରେ ଦିଲ୍ଲୀ ରାଜରାସ୍ତାରେ ସୃଷ୍ଟି ହୋଇଥିଲା ଜନସମୁଦ୍ର । ଅଟଳଙ୍କ ଅନ୍ତିମ ଯାତ୍ରାର ସାକ୍ଷୀ ହେବାକୁ ହଜାର ହଜାର ଲୋକ ଦିଲ୍ଲୀ ଆସିଥିଲେ । ଶୁକ୍ରବାର ଅପରାହ୍ଣ ପ୍ରାୟ ୫ଟା ସମୟରେ ବାଜପେୟୀଙ୍କ ପାର୍ଥୀବ ଶରୀରରେ ମୁଖାଗ୍ନି ଦେଇଥିଲେ ତାଙ୍କର ପାଳିତା ଝିଅ ନମିତା ଭଟ୍ଟାଚାର୍ଯ୍ୟ । ଅଗ୍ନିର ପବିତ୍ର ଶିଖାରେ ମହା ଅନନ୍ତରେ ମିଶି ଯାଇଥିଲା ମହାନ ଆତ୍ମା ବାଜପେୟୀଙ୍କ ମରଶରୀର । ଶୁକ୍ରବାର ସକାଳ ପ୍ରାୟ ୧୧ଟା ବେଳେ ବିଜେପି ମୁଖ୍ୟାଳୟରେ ପହଂଚିଥିଲା ଶବାଧାର । ବାଜପେୟୀଙ୍କ ମରଶରୀରକୁ ପାଛୋଟି ନେବା ପାଇଁ ସେଠାରେ ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ତଥା ଅନ୍ୟ ବରିଷ୍ଠ ନେତା ।

Image courtesy – www.thehindu.com

ଦିବଙ୍ଗତ ନେତା ଅଟଳ ବିହାରୀ ବାଜପେୟୀଙ୍କୁ ଶେଷ ଶ୍ରଦ୍ଧାଂଜଳି ଜଣାଇବାକୁ ବିଦେଶୀରୁ ଛୁଟି ଆସିଥିଲେ ନେତା ଓ ରାଷ୍ଟ୍ରପ୍ରତିନିଧି । ପଡୋଶୀ ଦେଶ ସହ ଥିବା ତାଙ୍କର ପୁରୁଣା ସମ୍ପର୍କ ସେମାନଙ୍କୁ ସ୍ମୃତି ସ୍ଥଳକୁ ଟାଣି ଆଣିଥିଲା । ଶେଷଯାତ୍ରାରେ ଭୁଟାନ ରାଜା ଜିଗମେ ଖେସର, ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଅବଦୁଲ ହସନ, ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀ ଲକ୍ଷ୍ମଣ କିରିଏଲା, ନେପାଳ ବୈଦେଶିକ ମନ୍ତ୍ରୀ ପ୍ରଦୀପ ଗ୍ୟାୱାଲି ଓ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହମିଦ କାର୍ଜାଇ ଯୋଗ ଦେଇଥିଲେ ।