ବାପ-ପୁଅ ଲଢେଇ ପାର୍ଟ-୨ ! ମୁଲାୟମଙ୍କ ବାରଣ ସତ୍ୱେ ଦଳର ରାଷ୍ଟ୍ରୀୟ ଅଧିବେଶନ କଲେ ଅଖିଳେଶ

30

କନକ ବ୍ୟୁରୋ : ଉତରପ୍ରଦେଶ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ଗତକାଲି ୧୮ ଘଂଟାର ଫାମିଲି ଡ୍ରାମା ପରେ ମୁଖ୍ୟମନ୍ତ୍ରୀ ଅଖିଳେଶ ସିଂହ ଯାଦବ ଓ ବରିଷ୍ଠ ନେତା ରାମ ଗୋପାଳ ଯାଦବଙ୍କ ଉପରେ ବହିଷ୍କାର ଆଦେଶ ପ୍ରତ୍ୟାହାର କରା ଯାଇଥିଲା । ବାପ-ପୁଅଙ୍କ ମଧ୍ୟରେ ମିଳାମିଶା ନେଇ ସଂଦେଶ ଦିଆଯାଇଥିଲା । ହେଲେ ଆଜି ସକାଳୁ ପୁଣି ଥରେ ମୁଲାୟମ-ଅଖିଳେଶ ମୁହାଁମୁହିଁ ହୋଇଛନ୍ତି ।

ଦଳର ସୁପ୍ରିମୋ ମୁଲାୟମ ସିଂହ ଯାଦବଙ୍କ ବାରଣ ସତ୍ୱେ ଆଜି ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ । ଗତକାଲି ୨୦୧୭ ଜଣ ବିଧାୟକଙ୍କ ତାଙ୍କ ପ୍ରତି ସମର୍ଥନ ରହିଥିବା ଦାବି କରି ନିଜର ଶକ୍ତି ପ୍ରଦର୍ଶନ କରିଥିଲେ ।

ଯୁବ କର୍ମୀଙ୍କ ପଟୁଆର ତାଙ୍କ ସମର୍ଥନରେ ବାହାରି ଥିଲା । ଆଜି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଡାକି ଅଖିଳେଶ ପ୍ରମାଣ କରିଛନ୍ତି, ସେ ହିଁ ଦଳର ସର୍ବେସର୍ବା । ଏହି ବୈଠକ ଅସାମ୍ବିଧାନିକ ବୋଲି କହିଛନ୍ତି ମୁଲାୟମ ।

ଏଥିରେ ଯୋଗ ନଦେବାକୁ ନେତାଜୀଙ୍କ ଚେତାବନୀକୁ ପରୱା ନକରି ବହୁ ସଂଖ୍ୟାରେ ଦଳର ବରିଷ୍ଠ ନେତା କାର୍ଯ୍ୟକାରିଣୀ ଯୋଗ ଦେଇଛନ୍ତି । ଅଖିଳେଶଙ୍କୁ ମୁଖ୍ୟମନ୍ତ୍ରୀ କରିବା, ଶିବପାଲ ଯାଦବ ଓ ଅମର ସିଂହଙ୍କୁ ଦଳରୁ ବହିଷ୍କାର କରିବାକୁ ଦାବି ହୋଇଛି ।

ସେପଟେ ଦଳରୁ ଇସ୍ତଫା ଦେବା ଲାଗି ମୁଲାୟମଙ୍କୁ ପ୍ରସ୍ତାବ ଦେଇଛନ୍ତି ଭାଇ ଶିବପାଲ ଯାଦବ । ପୁଣି ଥରେ ଦଳ ବିଭାଜନ ଆଡକୁ ଗତି କରୁଥିବା ଦେଖିବାକୁ ମିଳିଛି ।