କେରଳ ପରେ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ଜାରି ରହିଛି ପ୍ରବଳ ବର୍ଷା । ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଘର ଭାସିଗଲା ବନ୍ୟା ପାଣିରେ

23

କନକ ବ୍ୟୁରୋ : ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଲାଗି ରହିଥିବା କାରଣରୁ ଲୋକମାନେ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି । ପରିସ୍ଥିତି ଏପରି ହୋଇଛି କି ଉତ୍ତରାଖଣ୍ଡର ସମସ୍ତ ସ୍ଥାନରେ ବର୍ତ୍ତମାନ ପାଣି ହିଁ ପାଣି ଜମିରହିଛି । ଅନେକ ନଦୀ ଏବେ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି । ନଦୀରେ ପାଣି ପ୍ରବଳ ମାତ୍ରାରେ ଆସିବାରୁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥତି ସୃଷ୍ଟି ହୋଇଛି । ମିଳିଥିବା ସୂଚନା ଅନୁସାରେ ନଦୀରେ ଆଜି ସକାଳୁ କିଛି ଲୋକ ନଦୀରେ ଗାଧୋଇବା ବେଳେ ଭାସିଯାଇଥିଲେ । ତେବେ ସ୍ଥାନୀୟ ଅଚଂଳରେ କାରବାର କରୁଥିବା ଲୋକ ସେମାନଙ୍କୁ ଉଦ୍ଧାର କରିଛିବା ଜଣାପଡିଛି ।

 

ନଦୀକୂଳରେ ଥିବା ବନ୍ୟାରେ ଅନେକ ଜୀବଜନ୍ତୁ ମଧ୍ୟ ଭାସିଯାଇଥିବା କହିଛନ୍ତି ସ୍ଥାନୀୟ ବନ୍ୟ କର୍ମଚାରୀ । କେବଳ ବର୍ଷାରେ ସେଠାରେ ୨୪ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହେବା କାରଣରୁ ଅନେକ ବଡବଡ ପାହଡ ଧସି ପଡିଛି । ଯେଉଁଥିରେ ବହୁତ ଗୁଡିଏ କୋଠା ବାଡି ଭୁଶୁଡି ପଡିଛି । ତେବେ ବାଦଲ ଫଟା ବର୍ଷା ହେବା କାରଣରୁ ଏପରି ହୋଇଥିବା ଜଣାପଡିଛି । ବର୍ତ୍ତମାନ ମଧ୍ୟ ସେଠାରେ ଲଗାଣ ବର୍ଷା ହେଉଥିବା ସୂଚନା ମିଳିଛି । ଉତ୍ତର ଭାରତରେ ଗତ ୪ଦିନ ହେଲାଣି ପ୍ରବଳ ବର୍ଷା ହେଉଥିବା ସୂଚନା ମିଳିଛି । ସେପଟେ ଭାରତୀୟ ପାଣିପାଗର ସୂଚନା ଅନୁସାରେ ଦକ୍ଷିଣ ଭାରତରେ ଚଳିତ ବର୍ଷ କମ ବୃଷ୍ଟିପାତ ହୋଇଛି ।