ଅମିତ ମାରିଲେ ୟୁପି ଚ୍ୟାଲେଂଜ ! କହିଲେ ଦୁଇ ତୃତୀୟାଂଶ ଭୋଟ ସହ କରିବୁ କବଜା

21

କନକ ବ୍ୟୁରୋ: ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ଆଜି ବିଜେପି ଇସ୍ତାହାର ପ୍ରକାଶ କରିଛି । ପାର୍ଟି ଅଧ୍ୟକ୍ଷ ଅମିତ ଶାହା ଲକ୍ଷ୍ନୌରେ ଘୋଷଣାପତ୍ରକୁ ଲୋକ ସଂକଳ୍ପ ନାମରେ ଜାରି କରିଛନ୍ତି । ବିଜେପି ସରକାର ଗଠନ କଲେ ୫ ବର୍ଷରେ ୧୫ ବର୍ଷର ଅଭାବକୁ ପୁରଣ କରାଯିବ ବୋଲି ଶାହା କହିଛନ୍ତି । ଏଥିସହ ବିଜେପି ଦୁଇ ତୃତୀୟାଂଶ ସହ ୟୁପିରେ ସରକାର ଗଢିବ ବୋଲି କହିଛନ୍ତି ଶାହା । ଦଳ ୯ଟି ପ୍ରସଙ୍ଗକୁ ନେଇ ନିଜ ଇସ୍ତାହାର ପତ୍ର ପ୍ରସ୍ତୁତ କରିଛି ।

ବିଜେପି ସରକାର ଗଠନ କଲେ ଅବୈଧ କଂସେଇଖାନା ବନ୍ଦ କରାଯିବ, ଖାଲିଥିବା ଦେଢ ଲକ୍ଷ ପୁଲିସ ପଦବୀ ପୁରଣ କରାଯିବ । ଛାତ୍ରଛାତ୍ରୀଙ୍କୁ ଲ୍ୟାପଟପ ସହ ୱାନ ଜିବି ଡାଟା ଦିଆଯିବ । ଗ୍ରାଜୁଏସନ ଯାଏଁ ବାଳିକାଙ୍କୁ ମାଗଣା ଶିକ୍ଷା ଦିଆଯିବ । ୨୫ ନୂଆ ମେଡିକାଲ କଲେଜ ଖୋଲାଯିବ । ସମସ୍ତ ଅପରାଧୀଙ୍କୁ ୧୫ ଦିନ ଭିତରେ ଜେଲରେ ପୁରାଇ ଦିଆଯିବ ବୋଲି ଶାହା କହିଛନ୍ତି ।