ମହଙ୍ଗା ପଡିଲା ବାଇକ ଚୋରି ! ଉତ୍ତରପ୍ରଦେଶ ମିରଠରେ ବାଇକ ଚୋରକୁ ନିସ୍ତୁକ ପିଟିଲେ ଲୋକେ

25

କନକ ବ୍ୟୁରୋ : ଲୋକଙ୍କ ରୋଷର ଶିକାର ହେଲେ ବାଇକ ଚୋର । ଉତ୍ତରପ୍ରଦେଶ ମେରଠରେ ବାଇକ ଚୋର ଉପରକୁ ମାଡିଗଲେ ଉତ୍ୟକ୍ତ ଲୋକ । ଯିଏ ଯେମିତି ପାରିଲା ସେମିତି ମାରିଲା ବାଇକ୍ ଚୋରକୁ । କିଏ ଠେଙ୍ଗାରେ ପିଟିଲା ତ ପୁଣି କିଏ ଗୋଇଠା ମାରିଲା । ମାଡ ଖାଉଥିବା ବ୍ୟକ୍ତି ଜଣଙ୍କ ଯେତେ ନେହୁରା ହେଲେ ବି କେହି ଗୁହାରି ଶୁଣିବାକୁ ନାରାଜ । ଲୋକଙ୍କ ଅଭିଯୋଗ ଅନୁସାରେ ମାଡ ଖାଉଥିବା ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ବାଇକ୍ ଚୋର ।

ତେବେ ସେ ଏବଂ ତାଙ୍କ ଜଣେ ସହଯୋଗୀ ବାଇକ ଚୋରୀ କରୁଥିବା ଦେଖି ସ୍ଥାନୀୟ ଦୋକାନୀ ତାଙ୍କୁ ପ୍ରତିବାଦ କରିଥିଲେ । ଏହାପରେ ଅଭିଯୁକ୍ତ ଜଣକ ତାଙ୍କ ଉପରେ ଆକ୍ରମଣ କରିଥିଲେ । ବାସ୍ ଏତିକି ତା’ପରେ ଅଭିଯୁକ୍ତଙ୍କ ଉପରେ ଉତ୍ତମ ମଧ୍ୟମ ହେଲା । ଯିଏ ଯେମିତି ପାରିଲା ତାଙ୍କ ଉପରେ ପ୍ରହାର କରିଚାଲିଲା । ତେବେ ଏଥିରୁ ବର୍ତ୍ତିିଗଲେ ଆଉ ଜଣେ ଅଭିଯୁକ୍ତ । ସେ ମଉକା ଦେଖି ଖସିପଳାଇବା ପରେ ଲୋକଙ୍କ ସବୁ ରାଗ ଶୁଝିଲା ଧରାପଡିଥିବା ବ୍ୟକ୍ତିଙ୍କ ଉପରେ ।