ଏଣିକି ଆଧାର କାର୍ଡ ହଜିଲେ ଆଉ ଚିନ୍ତା ନାହି ! କରନ୍ତୁ ଏହି ଗୋଟିଏ କାମ ସହଜରେ ମିଳିଯିବ ଆପଣଙ୍କ କାର୍ଡ ।

ଏପରି ଏକ ଉପାୟ ବତାଇବାକୁ ଯାଉଛୁ ଯାହା ସାହାଯ୍ୟରେ ଆପଣ ଖୁବ ସହଜରେ ଆଉଥରେ ଆଧାପ କାର୍ଡ ପାଇପାରିବେ ।

714

ଆଜି ପ୍ରତିଟି କ୍ଷେତ୍ରରେ ଆଧାର କାର୍ଡର ଆବଶ୍ୟକତା ରହିଛି । ମୋବାଇଲ୍ ସିମ୍ ଠାରୁ ଆରମ୍ଭ କରି ବ୍ୟାଙ୍କରେ ଖାତା ଖୋଲିବା ଯାଏ ସବୁ କାର୍ଯ୍ୟରେ ଆଧାର କାର୍ଡର ଆବଶ୍ୟକତା ରହିଛି । ଖାସକରି କୌଣସି ସରକାରୀ ଯୋଜନାର ଲାଭ ଉଠାଇବାକୁ ହେଲେ ଆଧାର କାର୍ଡର ବ୍ୟବହାର ବାଧ୍ୟତାମୁଳକ ହୋଇଥାଏ । ଯଦି ଏପରି ପରିସ୍ଥିତିରେ ଆପଣଙ୍କ ଆଧାର କାର୍ଡ ହଜି ଯାଏ ତେବେ ଆପଣ କଣ କରିବେ ? ଚିନ୍ତା କରନ୍ତୁ ନାହଁ ଏଠାରେ ଆମେ ଆପଣଙ୍କୁ ଏପରି ଏକ ଉପାୟ ବତାଇବାକୁ ଯାଉଛୁ ଯାହା ସାହାଯ୍ୟରେ ଆପଣ ଖୁବ ସହଜରେ ଆଉଥରେ ଆଧାପ କାର୍ଡ ପାଇପାରିବେ ।

ଏଥି ପାଇଁ ୟୁ.ଆଇ.ଡି.ଏ.ଆଇ ଏମ-କାର୍ଡ ନାମକ ଏକ ମୋବାଇଲ ଆପ ଲଞ୍ଚ କରିଛି । ଏହି ଆପକୁ ପ୍ରଥମେ ମୋବାଇଲରେ ପ୍ଲେ-ଷ୍ଟୋରକୁ ଯାଇ ଡାଉନଲୋଡ କରିବାକୁ ପଡିବ । ଡାଉନଲୋଡ କରିବା ପରେ ସେଥିରେ ସମସ୍ତ ପ୍ରକାର ଆବଶ୍ୟକିୟ ତଥ୍ୟ ଦେବାକୁ ପଡିବ । ଏହାପରେ ଆପଣଙ୍କ ଆଧାର କାର୍ଡ ଆପଣଙ୍କ ମୋବାଇଲରେ ପାଇ ପାରିବେ । କିନ୍ତୁ ଏଥିପାଇଁ ପୂର୍ବରୁ ପଞ୍ଜିକୃତ ହୋଇଥିବା ମୋବାଇଲ ନମ୍ବର ଥିବା ନିହାତି ଆବଶ୍ୟକ । ଯଦି ଆପଣଙ୍କ ପାଖରେ ପଞ୍ଜିକୃତ ମୋବାଇଲ ନମ୍ବର ନାହିଁ ତେବେ ଆଧାର ସେଣ୍ଟର ଯାଇ ନୂଆ ନମ୍ବର ଅପଡେଟ କରିବାକୁ ପଡିବ । ଏହି ଆପରେ କ୍ୟୁ.ଆର କୋର୍ଡ ଏବଂ ଇ-କେୱାଇସି ଫିଚର୍ସ ମଧ୍ୟ ଦିଆଯାଇଛି । ଯାହାକୁ ଆପଣ ଯେକୌଣସି ସ୍ଥାନରେ ବି ବ୍ୟବହାର କରିପାରିବେ ।