ପାକିସ୍ତାନକୁ ମହଙ୍ଗା ପଡିପାରେ ଭାରତ ବିରୋଧରେ ଏଫ ୧୬ ବିମାନ ବ୍ୟବହାର ! କୈଫୟତ ମାଗିଲା ଆମେରିକା

ଦୁଇ ଦେଶ ମଧ୍ୟରେ ବୁଝାମଣା ଉଂଲଘନ ହୋଇଥିବା ଅଭିଯୋଗ, ଏଫ ୧୬କୁ ଉଡାଇ ନଷ୍ଟ କରିଦେଇଥିଲା ଭାରତର ମିଗ୍ ୨୧ ଯୁଦ୍ଧ ବିମାନ

567

କନକ ବ୍ୟୁରୋ : ପାକିସ୍ତାନକୁ ମହଙ୍ଗା ପଡିପାରେ ଭାରତ ବିରୋଧରେ ଏଫ ୧୬ ବିମାନ ବ୍ୟବହାର । ଏନେଇ ପାକିସ୍ତାନକୁ କୈଫୟତ ମାଗିଛି ଆମେରିକା । ଏଫ ୧୬ ବିମାନ ବ୍ୟବହାର ନେଇ ଆମେରିକା ଜବାବ ମାଗିଛି । ଭାରତ ବିରୋଧରେ ପାକିସ୍ତାନରେ ଏଫ ୧୬ ଯୁଦ୍ଧ ବିମାନ ବ୍ୟବହାର କରିଥିଲା । ଗତ ୨୭ରେ ଏଫ ୧୬ ବିମାନ ବ୍ୟବହାର କରିଥିଲା । ଫଳରେ ଆମେରିକା ଓ ପାକିସ୍ତାନ ମଧ୍ୟରେ ବୁଝାମଣା ଉଂଲଘନ ହୋଇଥିବା ଅଭିଯୋଗ ହୋଇଛି ।

ଆତଙ୍କବାଦ ବିରୋଧରେ ଲଢେଇ ପାଇଁ ପାକିସ୍ତାନକୁ ଏଫ ୧୬ ଦେଇଥିଲା ଆମେରିକା । ଯାହାକୁ କୌଣସି ଦେଶ ଉପରେ ଟାର୍ଗେଟ କରିବାକୁ ବ୍ୟବହାର କରିପାରିବନାହିଁ ପାକିସ୍ତାନ । କିନ୍ତୁ ଭାରତ ଉପରେ ଆକ୍ରମଣ ପାଇଁ ପାକିସ୍ତାନ ଏଫ ୧୬ର ବ୍ୟବହାର କରିଥିବା ବେଳେ ଏହା ମାନୁନାହିଁ ପାକିିସ୍ତାନ । ସେପଟେ ଏଫ୍-୧୬ରୁ ଉତକ୍ଷେପଣ କରାଯାଇଥିବା ଏମରାମ କ୍ଷେପଣାସ୍ତ୍ରର ଅବଶେଷ ମିଳିଥିବା ପ୍ରମାଣ ଦେଇଛି ଭାରତୀୟ ସେନା । ଏଫ ୧୬ ବିମାନର ଅଂଶବିଶେଷ ମଧ୍ୟ ଭାରତକୁ ମିଳିଛି ।

Comments are closed.