ଉରି ଆତଙ୍କବାଦୀ ଆକ୍ରମଣ ପରେ ସେନାର କଡା ଆଭିମୁଖ୍ୟ : ପାକିସ୍ତାନରେ ପଶି ହମଲା ପାଇଁ ସରକାରଙ୍କୁ ମାଗିଲା ଅନୁମତି

31

କନକ ବ୍ୟୁରୋ : ଜମ୍ମୁ -କାଶ୍ମୀର ଉରି ସେକ୍ଟରରେ ଆତଙ୍କବାଦୀ ହମଲା ପରେ କଡା ଆଭିମୁଖ୍ୟ ଗ୍ରହଣ କରିଛି ଭାରତୀୟ ସେନା । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ସୀମା ପାର କରି ପଦକ୍ଷେପ ନେବାକୁ ସରକାରଙ୍କ ଅନୁମତି ମାଗିଛି ଭାରତୀୟ ସେନା । ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନ ଭିତରେ ପଶି ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ ପାଇଁ ସେନା ଏହି ଅନୁମତି ମାଗିଛି । ତେବେ ଏହି ଆକ୍ରମଣର ରୂପ ରେଖ ନେଇ ସରକାରଙ୍କୁ ସେନାର ପ୍ରସ୍ତାବ ଉପରେ ସବିଶେଷ ତଥ୍ୟ ମିଳିନାହିଁ ।

ଆଉ କିଛି ସମୟ ପରେ ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ବସିବ । ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର, ଏନଏସଏ ଅଧିକାରୀଙ୍କ ସହ ଆତଙ୍କବାଦୀ ଆକ୍ରମଣର ପରବର୍ତୀ ପଦକ୍ଷେପ ନେଇ ଆଲୋଚନା କରିବେ ରାଜନାଥ । ଗୃହମନ୍ତ୍ରୀଙ୍କ ବୈଠକ ପରେ ମନୋହର ପାରିକର, ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ପ୍ରତିରକ୍ଷା ମନ୍ତ୍ରୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ପରବର୍ତୀ ପଦକ୍ଷେପ ନେଇ ଆଲୋଚନା କରିବେ ।