ବୁଲନ୍ଦସହର ହିଂସାକାଣ୍ଡ ଘଟଣାର ମାଷ୍ଟର ମାଇଣ୍ଡ ହେଲା ଗିରଫ । ମୃତ ଇନସପେକ୍ଟରଙ୍କ ପୁଅ କହିଲେ, ହତ୍ୟା ପାଇଁ ମିଳୁଥିଲା ଧମକ

ହିଂସାକାଣ୍ଡ ଘଟଣାରେ ୩ ଗିରଫ ।

193

କନକ ବ୍ୟୁରୋ : ଉତ୍ତରପ୍ରଦେଶ ବୁଲନ୍ଦସହରରେ ଇନ୍ସପେକ୍ଟର ହତ୍ୟା ମାମଲାରେ ୪ଜଣଙ୍କୁ ଗିରଫ କରିବା ସହ ୭୫ଜଣଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ୍ । ଘଟଣାର ମାଷ୍ଟର ମାଇଣ୍ଡକୁ ଗିରଫ କରାଯାଇଛି ।  ହତ୍ୟା ପାଇଁ ଧମକ ମିଳୁଥିବା ମୃତ ଇନ୍ସପେକ୍ଟରଙ୍କ ପୁଅ କହିଛନ୍ତି । ସେପଟେ ସାମନାକୁ ଆସିଛି ଇନ୍ସପେକ୍ଟରଙ୍କ ହତ୍ୟା ବେଳର ଦୃଶ୍ୟ ।  ଏହି ଭିଡିଓରେ ଇନ୍ସପେକ୍ଟର କିପରି ଗାଡିରୁ ତଳକୁ ପଡୁଛନ୍ତି ତାହା ଦେଖିବାକୁ ମିଳିଛି ।  କିଛି ପିଲାମାନେ ସେହି ଗାଡି ପାଖରେ ଛିଡା ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି ।

ଗତକାଲି ସୟାନାରେ ପୋଲିସ ଇନପେକ୍ଟରଙ୍କର ମୃତ୍ୟୁ ହେବା ପରେ ରାତି ସାରା ଚଢ଼ାଉ କରିଥିଲା । ଆଜି ବି ୬ଟି ଟିମ୍ ଏକାଧିକ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି । ଏହି ହିଂସାକାଣ୍ଡ ଘଟଣାରେ ମୁଖ୍ୟତଃ ଆଉ ୧୪ଜଣଙ୍କୁ ପୁଲିସ ଖୋଜୁଥିବା ଜଣାପଡିଛି । ସ୍ଥାନୀୟ ଅଂଚଳରେ ଉତ୍ତେଜନା ଲାଗି ରହିଛି । ସୟାନା ଗାଁରେ କିଛି ଦିନରୁ ବେଆଇନ କଂସେଇଖାନା କାରବାର ଚାଲୁଥିବା ନେଇ ଅଭିଯୋଗ ହୋଇଆସୁଥିଲା । ଏନେଇ ଗତକାଲି ହଜାର ହଜାର ପ୍ରଦର୍ଶନକାରୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।  ଘଟଣାସ୍ଥଳରେ ପୁଲିସ ପଂହଚି ସେମାନଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରୁଥିବା ବେଳେ ଲୋକମାନେ ଆହୁରି ଉତ୍ତେଜିତ ହୋଇପଡିଥିଲେ । ଫଳରେ ପୁଲିସକୁ ଫାଙ୍କା ଗୁଳିଚାଳନା କରିବାକୁ ପଡିଥିଲା । ଏଥିରେ ମୁହାଁମୁହିଁ ହୋଇଥିଲେ ବିକ୍ଷୋଭକାରୀ ଓ ପୁଲିସ୍ ।