ବ୍ରିଟିଶ ସେନା ଜରିଆରେ ଭାରତରେ ପହଂଚିଥିଲା ‘ହର୍ଲିକ୍ସ’ । ପଢ଼ନ୍ତୁ ହର୍ଲିକ୍ସର ୧୪୦ ବର୍ଷ ପୁରୁଣା ଇତିହାସ 

ଭାରତରେ ହର୍ଲିକ୍ସ ପ୍ରଥମ ଥର ବ୍ରିଟିଶ ସୈନିକଙ୍କ ସହିତ ଆସିଥିଲା ।

202

୧୦୦ ବର୍ଷ ଧରି ଦେଶର ଘରେ ଘରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ହର୍ଲିକ୍ସ ପ୍ରସ୍ତୁତ କରୁଥିବା କମ୍ପାନିକୁ ଦେଶର ସବୁଠୁ ବଡ କଞ୍ଜ୍ୟୁମର କମ୍ପାନି ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) କିଣି ନେଇଛି । ସୋମବାର ଏଚୟୁଏଲ କମ୍ପାନିରେ ହର୍ଲିକ୍ସ ପ୍ରସ୍ତୁତ କରୁଥିବା କମ୍ପାନି ଗ୍ଲାକ୍ସୋସ୍ମିଥକ୍ଲାଇନ(ଜିଏସକେ) କମ୍ପାନିର ବିଲୟ ହୋଇଛି । ଆଉ ଏହି ପୂରା ଡିଲ୍ ର ମୂଲ୍ୟ ରହିଛି ୩୧,୭୦୦ କୋଟି ଟଙ୍କା । ଅଥାର୍ତ ଭାରତରେ ଜିଏସକେ କମ୍ପାନିକୁ ନିଜ କମ୍ପାନିରେ ବିଲୟ କରିବାକୁ ଏଚୟୁଏଲ ୩୧, ୭୦୦ କୋଟି ଟଙ୍କା ଖର୍ଚ୍ଚ କରିଛି ।

ହର୍ଲିକ୍ସର ଅସ୍ତିତ୍ୱ ଆଣିଥିବା ଲୋକ ହେଉଛନ୍ତି  ବ୍ରିଟେନରେ ଜନ୍ମ ହୋଇଥିବା ଦୁଇ ଭାଇ ୱିଲିୟମ ଓ ଜେମ୍ସ ହର୍ଲିକ୍ସ ଥିଳେ । ୧୮୭୩ରେ ଆମେରିକାର ଚିକାଗୋରେ ଦୁଇ ଭାଇ ନୂଆ ମାଲ୍ଟେଡ୍ ମିଲ୍କ ଡ୍ରିଙ୍କ କମ୍ପାନୀ ଆରମ୍ଭ କଲେ ଓ ଏହାର ନାମ ରଖିଲେ ‘ଜେ ଆଣ୍ଡ ଡବ୍ଲ୍ୟୁ ହର୍ଲିକ୍ସ’ । ସେମାନେ ସେହି ସମୟରେ ନିଜ ପ୍ରଡକ୍ଟର ମାର୍କେଟିଙ୍ଗ ‘ଡାୟଷ୍ଟାୟଡ’ରୁ କଲେ । ଯାହାର ଉଦ୍ଦେଶ୍ୟ ସନ୍ତୁଳିତ ଆହାର ଯୋଗାଇବାର ଥିଲା । ଭାରତରେ ହର୍ଲିକ୍ସ ପ୍ରଥମ ଥର ବ୍ରିଟିଶ ସୈନିକଙ୍କ ସହିତ ଆସିଥିଲା । ଖାସକରି ବ୍ରିଟିଶ ଆର୍ମିରେ କାମ କରୁଥିବା ଭାରତୀୟ ସୈନିକଙ୍କୁ ପ୍ରୋଟିନ ଭାବେ ଦିଆଯାଉଥିଲା ।  ସେତେବେଳେ ଧନୀକ ବର୍ଗର ବ୍ୟକ୍ତି ମାନେ ହରଲିକ୍ସ ଖାଉଥିଲେ । କିନ୍ତୁ ପରେ ଏହା ପିଲାଙ୍କ ପାଇଁ ଜରୁରୀ ପୋଷକ ତତ୍ୱ ପାନୀୟ ବନିଲା ।

ବର୍ଷ ୧୯୬୧ରେ ହର୍ଲିକ୍ସ ଭାରତରେ ନିଜ ଉତ୍ପାଦକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଚାର ପ୍ରସାର ବଢ଼ାଇଥିଲା । ଏହି ସମୟରେ ଭାରତରେ ପ୍ରଥମ ଥର ଏହାର ବିଜ୍ଞାପନ ଟିଭିରେ ପ୍ରଦର୍ଶନ କରାଗଲା । ବିଜ୍ଞାପନରେ ଏହାକୁ ‘ରାତିର ଜରୁରୀ ଆହାର’ କୁହାଗଲା । ଏହାପରେ ଶୋଇବା ପୂର୍ବରୁ କ୍ଷୀର ସହିତ ହର୍ଲିକ୍ସ ନେବାର ପ୍ରଚଳନ ଦେଖୁ ଦେଖୁ ହିନ୍ଦୁସ୍ତାନରେ ବଢ଼ିଗଲା ।